ଶତାୟୁ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ

3

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ସରକାରି ଉଚ୍ଚ ବିଦ୍ୟାଳୟ ରେ ତା ୧୨ ଓ ୧୩ ଦୁଇଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅଥିତି ରୂପେ ଗୁଣପୁର ପୌରପରିଷଦ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଗୌଡ଼ ଯୋଗଦେଇ କ୍ରୀଡା ଉତ୍ସବ ଉଦଘାଟନ କରିଥିଲେ ଏହି କ୍ରୀଡା ଉତ୍ସବ ରେ ଛାତ୍ର ମାନଙ୍କ ମଧ୍ୟରେ ଦୌଡ ପ୍ରତିଯୋଗିତା, ଲମ୍ବ ଡିଆଁ, ସଟଫୁଟ, ଅଖା ଦୌଡ, ଏବଂ କ୍ରିକେଟ ପ୍ରତିଯୋଗିତା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ଏହି କ୍ରୀଡା ଉତ୍ସବ ରେ ପ୍ରଧାନ ଶିକ୍ଷକ ହେମାନନ୍ଦ ବରିହା ଙ୍କ ନେତୃତ୍ୱ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଅନୁଷ୍ଠାନର କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.