ଭୁବନେଶ୍ୱର, ଜାନୁଆରୀ ୧୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ କୃଷି ମହାବିଦ୍ୟାଳୟ, ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍) ପକ୍ଷରୁ ପ୍ରଥମ ସୋଆ ପୁଷ୍ପ ଉତ୍ସବ ଆୟୋଜିତ ହେବାକୁ ଯାଉଛି ।
ଆନ୍ତର୍ଜାତିକ ପୁଷ୍ପ ଦିବସ ପରିପ୍ରେକ୍ଷୀରେ ଜାନୁଆରୀ ୧୯ ଓ ୨୦ ତାରିଖରେ ଦୁଇ ଦିନ ଧରି ସୋଆ କ୍ୟାମ୍ପସ -୪ କୃଷି ମହାବିଦ୍ୟାଳୟ ପରିସରରେ ଏହି ପୁଷ୍ପ ଉତ୍ସବର ଆୟୋଜନ କରାଯାଉଛି ।
ପୁଷ୍ପ ଉତ୍ସବର ପ୍ରଥମ ଦିବସରେ ଭିନ୍ନ ଭିନ୍ନ ଫୁଲର ପ୍ରଦର୍ଶନୀ ସହ ଫୁଲକୁ ନେଇ ଭିନ୍ନ ଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିବା ବେଳେ ଦ୍ୱିତୀୟ ଦିବସରେ ଫୁଲ ଚାଷର ବୈଜ୍ଞାନିକ ପ୍ରଣାଳୀ, ଫୁଲ ଚାଷ ନିମନ୍ତେ ସରକାରଙ୍କ ପକ୍ଷରୁ ମିଳୁଥିବା ପ୍ରୋତ୍ସାହନ, ବ୍ୟାଙ୍କରୁ ମିଳୁଥିବା କୃଷି ଋଣ ତଥା ପୁଷ୍ପ ଉଦ୍ୟୋଗୀକରଣ ସମ୍ପର୍କିତ ଆଲୋଚନାଚକ୍ରରେ ବିଶିଷ୍ଟ ପୁଷ୍ପ ବିଜ୍ଞାନୀ, ବ୍ୟାଙ୍କ ଅଫିସର, ଉଦ୍ୟାନ ନିଦେ୍ର୍ଧଶାଳୟ ଏବଂ ସଫଳ ପୁଷ୍ପ ଉଦ୍ୟୋଗୀ ଯୋଗ ଦେବେ ଯାହା ଫୁଲ ଚାଷୀମାନଙ୍କୁ କୃଷି କ୍ଷେତ୍ରରେ ଅନେକ ପ୍ରେରଣା ଯୋଗାଇବ ବୋଲି ସୋଆ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ରାଉତ ଆଶା ବ୍ୟକ୍ତ କରିଛନ୍ତି ।
ସୋଆର ଏହି ପ୍ରଥମ ପୁଷ୍ପ ଉତ୍ସବରେ କେବଳ କୃଷକମାନଙ୍କୁ ନୁହେଁ, ଏଥିରେ ଆୟୋଜିତ ହେବାକୁ ଥିବା ଭିନ୍ନ ଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀ, ସାଧାରଣ ଗୃହିଣୀ, ଫୁଲପ୍ରେମୀ, ପୁଷ୍ପ ଉତ୍ପାଦକମାନଙ୍କୁ ମଧ୍ୟ ଅଧିକରୁ ଅଧିକ ପ୍ରୋତ୍ସାହିତ କରିବ ବୋଲି ପୁଷ୍ପ ମହୋତ୍ସବର ପରିଚାଳିକା, ପୁଷ୍ପ ଓ ଭୂଭାଗ ଦୃଶ୍ୟ ଉଦ୍ୟାନ ବିଭାଗର ମୁଖ୍ୟ ପ୍ରଫେସର ଶଶୀକଳା ବେଉରା ମତ ଦେଇଛନ୍ତି ।
ଏହି ଉତ୍ସବରେ ପୁଷ୍ପ ପ୍ରଦର୍ଶନୀ ନିମନ୍ତେ ଭିନ୍ନ ଭିନ୍ନ ପ୍ରତିଯୋଗିତାରେ ଯୋଗଦାନ ପାଇଁ ଏବଂ ପୁଷ୍ପ ସମ୍ବନ୍ଧିତ ଆଲୋଚନାରେ ଭାଗ ନେବା ପାଇଁ ଫୁଲ ଚାଷୀ, ଫୁଲ ଉଦ୍ୟୋଗୀ, ବିଭିନ୍ନ ନର୍ସରୀ, ଅନୁଷ୍ଠାନ ଓ ଫୁଲ ପ୍ରେମୀମାନଙ୍କୁ ଆହ୍ୱାନ କରାଯାଉଛି । ଏହି ପୁଷ୍ପ ଉତ୍ସବରେ ଭାଗ ନେବା ପାଇଁ କୋ÷ଣସି ପଞ୍ଜୀକରଣ ଶୁଳ୍କ ରଖାଯାଇ ନାହିଁ । ଏହି ପୁଷ୍ପ ଉତ୍ସବ ଫୁଲ ପ୍ରେମୀମାନଙ୍କ ଭିତରେ ଏକ ନିଆରା ଉତ୍ସାହ ଭରିଦେବା ସହ ଚାଷୀମାନଙ୍କ ଆତ୍ମ ବିଶ୍ୱାସ ସୁଦୃଢ଼ କରିବ ।
ଓଡ଼ିଶାରେ କୃଷକମାନେ ଜର୍ବେରା, ଗୋଲାପ ଓ ଅର୍କିଡ ଆଦି ଚାଷ କରି ବାହାରକୁ ରପ୍ତାନୀ କରି ଲକ୍ଷ ଲକ୍ଷ ଟଙ୍କା ଲାଭ କରିପାରୁଛନ୍ତି । ସେହିପରି ବିଭିନ୍ନ ପ୍ରକାରର ଋତୁଜିବୀ ପୁଷ୍ପ ପାଇଁ ବ୍ୟବହୃତ ଗଛର ମଞ୍ଜି ଉତ୍ପାଦନ ମଧ୍ୟ ଏକ ଲାଭବାନ ବ୍ୟବସାୟରେ ପରିଣତ ହୋଇଛି ।
ଓଡ଼ିଶାରେ ପ୍ରାୟ ୧୦,୦୦୦ ହେକ୍ଟର ଜମିରେ ଫୁଲ ଚାଷ କରାଯାଉଛି ଏବଂ ରାଜ୍ୟର ଭୋ÷ଗୋଳିକ ଅବସ୍ଥିତି, ଜଳବାୟୁ ଓ ମୃତିକା ଫୁଲ ଚାଷ ନିମନ୍ତେ ଖୁବ୍ ଉପଯୋଗୀ ହୋଇଥିବାରୁ ଓଡ଼ିଶାର କୃଷକମାନେ ଚିରାଚରିତ କୃଷି ସହିତ ଗୋଲାପ, ରଜନୀଗନ୍ଧା, ଗେଣ୍ଡୁ, ଗ୍ଲାଡିଓଲସ୍, ମଲ୍ଲୀ, ସେବତୀ, ଇଟିମାଳା ଆଦି ଫୁଲ ଚାଷ ଦିଗରେ ମନ ଦେଉଛନ୍ତି ।
Sign in
Sign in
Recover your password.
A password will be e-mailed to you.