କାଶୀପୁର ରୁ ବୈକୁଣ୍ଠ ଦୁରିଆ-ଆଦିତ୍ୟ ଆଲୁମିନା ରିଫାଇନେରୀ, କଂସାରିଗୁଡ଼ା (ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନରେ ଥିବା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ) ପକ୍ଷରୁ ୯ ଜାନୁଆରୀ ୨୦୨୬ ତାରିଖରେ ମହାଶକ୍ତି ଫାଉଣ୍ଡେସନ୍ ସହିତ ଏକ ଚୁକ୍ତିନାମା ସ୍ମାରକ (MoU) ସ୍ୱାକ୍ଷର କରି *“ପ୍ରକଳ୍ପ ଉଦ୍ୟମୀ”*ର ଶୁଭାରମ୍ଭ କରାଯାଇଛି।
ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଅଞ୍ଚଳର ଯୁବକ-ଯୁବତୀ ଏବଂ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେଇ ଏକ ସୁସ୍ଥିର ଉଦ୍ୟମୀ ପରିବେଶ ଗଠନ କରିବା ପାଇଁ ଏକ ଗ୍ରାମୀଣ ବ୍ୟବସାୟ ଇନ୍କ୍ୟୁବେସନ୍ କେନ୍ଦ୍ର ସ୍ଥାପନ କରିବା।
ପ୍ରକଳ୍ପ ଉଦ୍ୟମୀ ଅଧୀନରେ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ଉଦ୍ୟମ ମାପିଂ, ବ୍ୟବସାୟ ଯୋଜନା ପ୍ରସ୍ତୁତି, ସମନ୍ୱୟ ଓ ସଂଯୋଗ, ବଜାର ସୁବିଧା ପ୍ରଦାନ ଏବଂ ତୃଣମୂଳ ସ୍ତରରେ ଉଦ୍ୟମିତା କ୍ଷମତା ବିକାଶ ମାଧ୍ୟମରେ ତାଙ୍କର ଖ୍ୟୁଦ୍ର ଉଦ୍ୟୋଗ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ସହଯୋଗ ଦିଆଯିବ।
ଏହି ପ୍ରକଳ୍ପ ମାଧ୍ୟମରେ ଉତ୍ପାଦନ, ବାଣିଜ୍ୟ, ଛୋଟ ବ୍ୟବସାୟ ଓ ସେବା ଖାତାରେ ଉଦ୍ୟମ ବିକାଶକୁ ପ୍ରୋତ୍ସାହନ ମିଳିବ, ଯାହା ଅଞ୍ଚଳବାସୀଙ୍କ ପାଇଁ ସୁସ୍ଥିର ଆୟ ସୃଷ୍ଟି ଏବଂ ଆର୍ଥିକ ସ୍ୱାବଳମ୍ବନକୁ ସୁନିଶ୍ଚିତ କରିବ।
ଏହି MoU ଉପରେ ଆଦିତ୍ୟ ଆଲୁମିନା ରିଫାଇନେରୀର ୟୁନିଟ୍ ହେଡ୍ ଏବଂ ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍ ସ୍ୱାକ୍ଷର କରିଥିବା ବେଳେ, HR, IR, CSR ଏବଂ OHC ମୁଖ୍ୟ ଶ୍ରୀ ଦୀପକ ମୋହାନ୍ତି ଓ F&A ମୁଖ୍ୟ ଶ୍ରୀ ବାସୁଦେବ ଖୁଣ୍ଟିଆ ଉପସ୍ଥିତ ଥିଲେ। ମହାଶକ୍ତି ଫାଉଣ୍ଡେସନ୍ର ପକ୍ଷରୁ ଏହି ଚୁକ୍ତିନାମାରେ ସଂସ୍ଥାପକ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ସ୍ୱାକ୍ଷର କରିଥିଲେ। ଉଭୟ ସଂସ୍ଥାର ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।
ସଭାକୁ ସମ୍ବୋଧନ କରି ଶ୍ରୀ ମଜହର ବେଗ୍ କହିଥିଲେ ଯେ ପ୍ରକଳ୍ପ ଉଦ୍ୟମୀ ଆଦିତ୍ୟ ଆଲୁମିନା ରିଫାଇନେରୀର ସମାବେଶୀ ଆର୍ଥିକ ବିକାଶ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିବିମ୍ବିତ କରେ। ଏହି ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବକ-ଯୁବତୀ ଓ ମହିଳାମାନେ ଉଦ୍ୟମିତାକୁ ସୁସ୍ଥିର ଜୀବିକା ରୂପେ ଗ୍ରହଣ କରିପାରିବେ। ଉଦ୍ୟମୀ ପ୍ରକଳ୍ପ ଏହି ଅଞ୍ଚଳରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ସହିତ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଗଭୀର ଭାବେ ସୁଦୃଢ଼ କରିବ ବୋଲି ସେ ମତ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.