ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳିରେ କ୍ୟାଣ୍ଡେଲ ଶୋଭାଯାତ୍ରା

14

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର)  କାଶ୍ମୀରର ପୁଲବାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ସହିଦ ହୋଇଥିବା ସୈନୀକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ସ୍ଥାନୀୟ ଅଂଚଳର ବିଦ୍ଧିଜିବୀ ଏବଂ ବିଭିନ୍ନ ଅନୁଷ୍ଠାନର କାର୍ଯ୍ୟକର୍ତାମାନେ ମିଳିତ ଭାବେ ଶ୍ରୀରଘୁନାଥଙ୍କ ମନ୍ଦିର ଠାରୁ କ୍ୟାଣ୍ଡେଲ ଶୋଭଯାତ୍ରା ବାହାରିଥିଲେ । ପାକିସ୍ଥାନ ମୁର୍ଦ୍ଧାବାଦ, ହିନ୍ଦୁସ୍ଥାନ ଜିନ୍ଦାବାଦ, ଶହୀଦ ଜବାନ ଅମର ରହେ ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥିଲା ଓଡଗାଁ ସହର । ଶୋଭାଯାତ୍ରୀମାନେ ମହାତ୍ମାଗାନ୍ଦୀଙ୍କ ପ୍ରତିମୂର୍ତ୍ତି  ନିକଟରେ ପହଁଚି ଓଂକାର ଶବ୍ଦଉଚାରୀତ କରିବା ସହିତ  ସହିଦ ମାନଙ୍କ ଉଦେଶ୍ୟରେ ୨ମିନିଟ ନୀରବ ପ୍ରାର୍ଥନା କରିଥିଲେ । 

Leave A Reply

Your email address will not be published.