ପିଏମ୍ ଶ୍ରୀ ଧନୁର୍ଜ୍ଜୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ୯୦ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ

3

କେନ୍ଦୁଝର,ତା୧୩/୧- ପିଏମଶ୍ରୀ ଧନୁର୍ଜ୍ଜୟ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟର ୯୦ତମ ବାର୍ଷିକ କ୍ରୀଡା ଉତ୍ସବ- ୨୦୨୫-୨୬ ବିଦ୍ୟାଳୟର କ୍ରୀଡା ପ୍ରାନ୍ତରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିବା ୧୧ ଘଟିକା ସମୟରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ବେହେରା, ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପତାକା ଉତ୍ତୋଳନ ପୂର୍ବକ କ୍ରୀଡାର ଶୁଭ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥ୍ ଭାବେ କେନ୍ଦୁଝର ଶିକ୍ଷା ଜିଲ୍ଲା କ୍ରୀଡା ଅଧିକାରୀ ରାମକୃଷ୍ଣ ବେହେରା ଓ ତାଙ୍କ ସହିତ ସଂକୁଳ ସ୍ତରୀୟ ସଂଯୋଜକ ଶ୍ରୀମତୀ ମୋନାଲିସା ଶତପଥୀ, ମୋଚିବନ୍ଧ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କ୍ରୀଡାର ଉପାଦେୟତା ସହ କ୍ରୀଡା ମନସ୍କ ହେବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଅନୁପ୍ରାଣିତ କରିଥିଲେ। ଏହି କ୍ରୀଡା ପ୍ରତିଯୋଗିତାରେ ୩୮୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରବୀର କୁମାର ମହାନ୍ତି ସଭା ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ତରୁଶୋଭାମୟୀ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ବିଚାରକ ଭାବେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସୁଚିନ୍ତିତ ବିଚାର ପୂର୍ବକ କୃତୀ ପ୍ରତିଯୋଗୀ ମାନଙ୍କୁ ଚୟନ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷା କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ଅକୁଣ୍ଠ ଚିତ୍ତରେ ସହଯୋଗ କରିଥିଲେ। ଆଜି ମଙ୍ଗଳବାର ଅପରାହ୍ନରେ ପିଏମ୍ ଶ୍ରୀ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ଉଦଯାପନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରଙ୍ଗlରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ଏହି ଉଦଯାପନୀ ଉତ୍ସବରେ କେନ୍ଦୁଝର ଜିଲ୍ଲାର ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ସତ୍ୟନାରାୟଣ ମହାନ୍ତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ଆଗାମୀ ସମୟରେ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ବିଦ୍ୟଳୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆଶାପୋଷଣ କରିଥିଲେ। ଏଥି ସହିତ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥାର ସାଧାରଣ ସମ୍ପାଦକ ସଂଗ୍ରାମ ପଟ୍ଟନାୟକ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ପିଲାମାନଙ୍କ ପାଠ ପଢା ସହିତ ଖେଳର ଅବାଶ୍ୟକତା ସମ୍ପର୍କରେ ଅବିଭାଷଣ ଦେଇଥିଲେ ଏବଂ ମାନସିକ ଶିକ୍ଷାର ଅଭିବୃଦ୍ଧି ନଘଟିଲେ ଶିକ୍ଷା ପୂର୍ଣ୍ଣାଙ୍ଗ ପ୍ରାପ୍ତି ହୋଇ ନଥାଏ ବୋଲି କହିଥିଲେ l ଆଗାମୀ ଦିନରେ କେନ୍ଦୁଝର ଏକ କ୍ରୀଡାର ହବ ହେବାକୁ ଯାଉଥିବାରୁ ସେ ବର୍ତ୍ତମାନର ସରକାରଙ୍କୁ ବଧାଇ ଜଣାଇଥିଲେ।ଏହି ଉଦଯାପନୀ ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା ପରିଷଦ ଅଧ୍ୟକ୍ଷ ନିରଞ୍ଜନ ସାହୁ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ବେହେରା ଯୋଗ ଦେଇଥିଲେ l ଏହି କ୍ରୀଡା ଉତ୍ସବରେ କନିଷ୍ଠ ବାଳକ ବିଭାଗରେ ବନ ସିଂ ମୁଣ୍ଡା ଓ କନିଷ୍ଠ ବାଳିକା ବିଭାଗରେ ଅଞ୍ଜନା ନାଏକ ତଥା ବରିଷ୍ଠ ବାଳକ ବିଭାଗରେ ବାଦଲ କୁମାର ନାଏକ ଓ ବରିଷ୍ଠ ବାଳିକା ବିଭାଗରେ ବର୍ଷାରାଣୀ ନାୟକ ଏ ବର୍ଷର ଚମ୍ପିୟାନ ହୋଇ ପୁରସ୍କୃତ ହୋଇଥିଲେ। ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ସମସ୍ତ ସ‌ହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡା ଶିକ୍ଷୟତ୍ରୀ ପ୍ରଜ୍ଞାବତୀ ସିଂହ ଏବଂ ଶିକ୍ଷା କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ପ୍ରଧାନ ଶିକ୍ଷକ ପ୍ରବୀର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.