ହାତିଆଶୀଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ଜିଲ୍ଲାର ଏକମାତ୍ର ସ୍ବଚ୍ଛ ଓ ସବୁଜ ବିଦ୍ୟାଳୟ

3

ଓଡ଼ଗାଁ,୧୨।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଏକମାତ୍ର ସ୍ବଚ୍ଛ ଓ ସବୁଜ ବିଦ୍ୟାଳୟ ଭାବେ ୨୦୨୫-୨୬ ପାଇଁ ପୁରସ୍କୃତ ତାଲିକାରେ ନୂଆଗାଁ ବ୍ଳକ୍ ଅନ୍ତର୍ଗତ ହରିପୁରୁ ପଞ୍ଚାୟତ ହାତିଆଶୀଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସର୍ବ ଭାରତୀୟ ସ୍ତରରେ ସ୍ଥାନ ପାଇଛି। ଏନେଇ ରାଜ୍ୟ ସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ୩୦୨ ତା. ୦୯.୦୧.୨୦୨୬ ରିଖ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ସାରା ରାଜ୍ୟରୁ ୨୦ ବିଦ୍ୟାଳୟକୁ ସ୍ଵଛ ବିଦ୍ୟାଳୟ ପୁରସ୍କାର ଘୋଷଣା କରାଯାଇଛି । ଏନେଇ ୧୬ ନଭେମ୍ବର ୨୦୨୫ ରେ ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଇଁ ଅସ୍ବିନୀ କୁମାର ବେହେରା ଓ ନୂଆଗାଁ ବିଓ ଅଫିସରୁ ଅଶୋକ କୁମାର ପଣ୍ଡା ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ଉକ୍ତ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ଲକ୍ଷ୍ମୀଧର ନାୟକ ଓ ବିନାୟକ ପଣ୍ଡା ଶିକ୍ଷା ଦାନ କରୁଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କ ସହଯୋଗରେ ବିଦ୍ୟାଳୟ ପରିସରକୁ ସବୁସମୟରେ ସ୍ବଚ୍ଛ ଏବଂ ସବୁଜ ରଖିବା ପ୍ରତି ଦୃଷ୍ଟି ଦେଇଥାନ୍ତି। ଜିଲ୍ଲାର ଏକମାତ୍ର ବିଦ୍ୟାଳୟ ଭାବେ ପୁରସ୍କୃତ ତାଲିକାରେ ସ୍ଥାନ ପାଇଥିବା ଖବର ଜଣାପଡ଼ିବା ପରେ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ ଓ ପ୍ରଶଂସା କରାଯାଇଛି ।ସୂଚନାଯୋଗ୍ୟ ଯେ ଓଡ଼ିଶାର ୨୦ ବିଦ୍ୟାଳୟ ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ନୟାଗଡ଼ ଜିଲ୍ଲାରୁ ଏହି ବିଦ୍ୟାଳୟଟି ସ୍ଥାନ ପାଇପାରିଛି ।

Leave A Reply

Your email address will not be published.