ବଡ଼ବିଲରେ ଚାଞ୍ଚଲ୍ୟ : ଆଲହାବାଦ ବ୍ୟାଙ୍କରେ ଡକାୟତି ଉଦ୍ୟମ ପଣ୍ଡ On Feb 15, 2019 14 Share ବଡ଼ବିଲ(ଚିତ୍ତରଞ୍ଜନ କର) ବଡ଼ବିଲରେ ଜନଗହଳି ପୂର୍ଣ୍ଣ ମେନ ରୋଡ଼ରେ ଥିବା ଆଲହାବାଦ ବ୍ୟାଙ୍କରେ ଆଜି ଏକ ଡକାୟତି ଉଦ୍ୟମ ବିଫଳ ହୋଇଛି। ବ୍ୟାଙ୍କର ସୁରକ୍ଷା କର୍ମଚାରୀଙ୍କ ଅଦମ୍ୟ ସାହସ ଯୋଗୁଁ ଡକାୟତଙ୍କର ଉଦ୍ୟମ ପଣ୍ଡ ହୋଇଥିବାର ଜଣା ପଡ଼ିଛି। ସୂଚନା ଅନୁଯାୟୀ, ଆଜି ସକାଳ ୧୦ଟାରେ ବ୍ୟାଙ୍କ ଖୋଲିବା ପରେ ପରେ ୪ ଜଣ ସଶସ୍ତ୍ର ଡକାୟତ ପଶି ବ୍ୟାଙ୍କ କ୍ୟାସିୟର ଲକ୍ଷ୍ମୀ ନାରାୟଣ ନାଏକଙ୍କୁ ମାରଣାସ୍ତ୍ର ଦେଖାଇ ଷ୍ଟ୍ରଙ୍ଗ ରୁମ ଚାବି ମାଗିଥିଲେ। ଏହି ସମୟରେ ଉପସ୍ଥିତ ଥିବା ବ୍ୟାଙ୍କର ସୁରକ୍ଷା କର୍ମଚାରୀ ବିଜୟ ବିଶ୍ୱକର୍ମା ଡକାୟତଙ୍କୁ ଅଟକାଇବା ଉଦ୍ୟମ କରିଥିଲେ। ଡକାୟତଙ୍କ ସହ ଧସ୍ତାଧସ୍ତି ସମୟରେ ବିଜୟ ଆହତ ହୋଇଥିଲେ ମଧ୍ୟ ଅଦମ୍ୟ ସାହସର ସହ ଲଢ଼ିଥିବାର ଜଣାପଡ଼ିଛି। ହୋ ହାଲ୍ଲା ହେବାରୁ ଡକାୟତ ମାନେ ପଳାୟନ କରିଥିଲେ। ତେବେ ଡକାୟତମାନେ ବ୍ୟାଙ୍କରେ ଉପସ୍ଥିତ ଥିବା କିଛି ଗ୍ରାହକଙ୍କ ଠାରୁ ମୋବାଇଲ ଫୋନ ଓ ଟଙ୍କା ପଇସା ଲୁଟ କରି ପଳାଇ ଯାଇଥିବା ଜଣାପଡିଛି। ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରୀ ରଖିଛି। 14 Share FacebookTwitterGoogle+ReddItWhatsAppPinterestEmail