ଜଗତସିଂହପୁର,ତା-୧୨.୦୧.୨୦୨୬/ସୁମନ୍ତ କୁମାର ଦାସ: ଶ୍ରୀକୃଷ୍ଣ ଏକାଡେମୀ,ଜଗତସିଂହପୁର ବିଦ୍ୟାଳୟ ପ୍ରାଙ୍ଗଣରେ ପୌରପରିଷଦ ଜଗତସିଂହପୁର ଓ ବିଦ୍ୟାଳୟର ମିଳିତ ସହଯୋଗରେ “ବନ୍ଦେ ମାତରଂ”ର ୧୫୦ ତମ ବାର୍ଷିକୀ ଅବସରରେ “ବନ୍ଦେ ମାତରଂ”ର ସାମୁହିକ ଗାନ ଓ ଜାତୀୟ ଯୁବ ଉତ୍ସବ ବିଦ୍ୟାଳୟର ଛାତ୍ର, ଶିକ୍ଷକ ଶିକ୍ଷୟତ୍ରୀ,ପୌରପରିଷଦର କର୍ମକର୍ତ୍ତାଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସଭାରେ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ , ଉପାଧ୍ୟକ୍ଷ ରାଜେନ୍ଦ୍ର କୁମାର ବିଶୋଇ,ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଦିଲୀପ ଜେନା, ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରାଇଚରଣ ତ୍ରିପାଠୀ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ , ସ୍ଵଚ୍ଛସଥି, ପୌର ପରିଷଦ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପୂର୍ବାହ୍ନ ୧୧ ଘଟିକା ସମୟରେ ବନ୍ଦେ ମାତରଂ ଗାନ କରିବା ସହ ଆତ୍ମନିର୍ଭର ସ୍ୱଦେଶୀ ସଂକଳ୍ପପତ୍ର ସମ୍ବନ୍ଧୀୟ ଏକଶପଥ ପାଠ କରିଥିଲେ। ପରେ ଜାତିର ପିତା ମହାତ୍ମାଗାନ୍ଧୀ, ଉତ୍କଳମଣିଗୋପବନ୍ଧୁ, ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀକୃଷ୍ଣ ମହାପାତ୍ର , ପୂର୍ବତନକୃତୀ ପ୍ରଧନଶିକ୍ଷକଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଶପଥ ପାଠ କରାଯାଇଥିଲା। କାର୍ଯ୍ୟକ୍ରମକୁ ପୌରପରିଷଦର କର୍ମଚାରୀ ଓ ବିଦ୍ୟାଳୟର କର୍ମଚାରୀ ପରିଚାଳନାରେ ସହାୟତା କରିଥିଲେ। ଶ୍ରୀଯୁକ୍ତ ରାଇଚରଣ ତ୍ରିପାଠୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post