ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ୍ କ୍ରସ୍ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)ର ସଂଯୁକ୍ତ ଆୟୋଜନରେ ସ୍ଵାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀକୁ ଜାତୀୟ ଯୁବ ଦିବସ ରୂପେ ଉତ୍ସାହ ଓ ଉଳ୍ଲାସର ସହିତ ପାଳିତ ହୋଇଯାଇଛି।
ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ମହେନ୍ଦ୍ର ରଇତ ଅଧ୍ୟକ୍ଷତା କରି ଛାତ୍ରୀମାନଙ୍କୁ ସ୍ଵାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଇଂରାଜୀ ବିଭାଗର ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ ଶବର ଯୁବଶକ୍ତିର ଗୁରୁତ୍ଵ ଏବଂ ସ୍ଵାମୀ ବିବେକାନନ୍ଦଙ୍କ ବାଣୀ ଓ ଉପଦେଶ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ।
ଉତ୍ସବକୁ ଯୁବ ରେଡ୍ କ୍ରସର ପରାମର୍ଶଦାତା ତଥା ସଂସ୍କୃତ ବିଭାଗର ଶିକ୍ଷୟିତ୍ରୀ ଲୀନା ସାହୁ ପରିଚାଳନା କରିଥିବା ବେଳେ ରାଷ୍ଟ୍ରୀୟ ସେବା ଯୋଜନାର ପରାମର୍ଶଦାତା ତଥା ରସାୟନ ବିଭାଗର ଅଧ୍ୟାପିକା ଶ୍ରୀମତୀ ସ୍ମରିତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ , କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.