ବସ୍ ସ୍କୁଟି ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ।

3

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ପଞ୍ଚାୟତ ବାଳକୃଷ୍ଣ ପୁର ଗ୍ରାମ ମୁଖ୍ୟ ରାସ୍ତାରେ ହରେକୃଷ୍ଣ ନାମକ ଏକ ଘରୋଇ ବସ୍ ମୁହାଁମୁହିଁ ଧକ୍କା ଫଳରେ ଦୁଇ ସ୍କୁଟି ଆରୋହୀ ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ବସ୍ ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ଗ୍ରାମ ବାସୀ ବସ୍ କୁ ଅଟକାଇ ଥାନା କୁ ଖବର ଦେଇଥିଲେ। ଏହି ଘଟଣା ପରେ ଅଞ୍ଚଳବାସୀ ବ୍ରହ୍ମପୁର ଦିଗପହଣ୍ଡି ରାସ୍ତା ଅବରୋଧ କରି କ୍ଷୋଭ ପ୍ରକାଶ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିବା ସହ ବସ୍ ଓ ସ୍କୁଟି ଗାଡ଼ି କୁ ଜବତ କରି ଦୁଇ ଶବକୁ ବ୍ୟବଛେଦ ପାଇଁ ପଠାଇଛନ୍ତି। ମୃତ ଦୁଇ ଜଣ ଜଣେ ପୁରୁଷ ଓ ଆଉ ଜଣେ ସ୍ତ୍ରୀ ଲୋକ। ଜଣେ ସୋନପୁର ଜିଲ୍ଲାର ହୋଇଥିଲା ବେଳେ ଅନ୍ୟ ଜଣେ କବିସୂର୍ଯ୍ୟ ନଗର ଥାନା ଅଞ୍ଚଳର ବୋଲି ଜଣାପଡିଛି।ଉଭୟେ ପ୍ଲେଜର୍ ଗାଡ଼ି ରେ ବ୍ରହ୍ମପୁର ପଟେ ଆସୁଥିବା ବେଳେ ବସ୍ ଦିଗପହଣ୍ଡି ଅଭିମୁଖେ ଯାତ୍ରା କରୁଥିଲା।

Leave A Reply

Your email address will not be published.