କାର୍ ଧକ୍କାରେ ଯୁବକ ର ମୃତ୍ୟୁ।

3

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡା ପଞ୍ଚାୟତ ଆମ୍ବପୁଆ ଗ୍ରାମ ଚନ୍ଦିନୀ ଉପରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ୍ ଏକ ମୋଟର କାର୍ ଆସି ଭାରସାମ୍ୟ ହରାଇ ଚନ୍ଦିନୀ ଉପରେ ଚଢ଼ି ଯିବାରୁ କାର୍ ଚାଳକ ସମେତ ଉକ୍ତ ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିଲେ ଓ ଆହତଙ୍କ ମଧ୍ୟରୁ ସାଧୁ ଚରଣ ବାଡତ୍ୟା ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ଆହତ ମହେନ୍ଦ୍ର ବାଡତ୍ୟା ଓ କାର୍ ଚାଳକ କୁନା ପାଣ୍ଡି ଉଭୟେ ଢୁଙ୍କାପଡା ଗ୍ରାମ ର ବୋଲି ଜଣାପଡିଛି।କାର୍ ଚାଳକ କୁନା ପୋଲିସ ଗାଡି ର ଡ଼୍ରାଇଭର ଓ ଅତ୍ୟଧିକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.