ଗଜପତି ଉତ୍ସବ – ୨୦୨୫ପୂର୍ବରୁ ପାରଳା ରେ ପଥଉତ୍ସବ ତଥା ରାହାଗିରି ପାଳିତ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ରାଜଦାଣ୍ଡ ଠାରେ ପୌର ପରିଷଦ ପକ୍ଷରୁ ଗଜପତି ଉତ୍ସବ – ୨୦୨୫ ପୂର୍ବରୁ ପଥଉତ୍ସବ ତଥା ରାହାଗିରି ମହା ସମାରୋହରେ ଆୟୋଜିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ସକାଳୁ ସକାଳୁ ରାଜଦାଣ୍ଡ ଠାରେ ପାରଳା ମାଟିର କଳା ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ ହୋଇଥିଲା। ପାଇକ ଆଖଡ଼ାର ଖଣ୍ଡା ସାଧନ , ବକ୍ସିଂ, ଜିଲ୍ଲା ତାଇକୋନଡୁ , କରାଟେ , ସ୍କେଟିଂ, ସାଙ୍ଗକୁ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଯୋଗାଭ୍ୟାସ ପ୍ରଦର୍ଶନ ସହ ଆଦିବାସୀ ପାରମ୍ପରିକ ବାଦ୍ୟର ତାଳେତାଳେ ନାଚି ଉଠିଲେ ଲୋକେ, ମହିଳାମାନଙ୍କ ସୁନ୍ଦର ଝୋଟି ଆକୃତି ସାରା ରାଜଦାଣ୍ଡକୁ ଆକର୍ଷିତ କରିଥିଲା।
ସ୍ଥାନେ ସ୍ଥାନେ ଆୟୋଜିତ ମଞ୍ଚ ରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସମ୍ବଲପୁରୀ ନୃତ୍ୟ , ଗୀତ ପରିବେଷଣ ସହ ଆଧୁନିକ ମନୋରଞ୍ଜନ କାର୍ଯ୍ୟକ୍ରମଗୁଡ଼ିକ ସମସ୍ତଙ୍କୁ ଉତ୍ସାହିତ କରିଥିଲା।
ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ , ପାରଳା ପୌରାଧ୍ୟକ୍ଷା ନିର୍ମଳା ସେଠୀ , ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୋନନାଗା , ଉପଜିଲ୍ଲାପାଳ ଅନୁପ ପଣ୍ଡା , ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୁପତି , ପଣ୍ଡିତ ରଘୁନାଥ ପାତ୍ର , ପାରଳାଖେମୁଣ୍ଡି ପୌରପରିଷଦର ଉପାଧ୍ୟକ୍ଷ ଲେଙ୍କା ମଧୁ , ଲକ୍ଷ୍ମଣ କୁମାର ମୁର୍ମୁ , କାର୍ଯ୍ୟନିର୍ବାହୀ ଅଧିକାରୀ, ପାରଳାଖେମୁଣ୍ଡି ପୌରପରିଷଦ , ପୌରପରିଷଦର ସଭ୍ୟ/ ସଭ୍ୟା ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଉତ୍ସାହିତ କରିଥିଲେ।
ଆସନ୍ତା ୧୮ ରୁ ୨୨ ପର୍ଯ୍ୟନ୍ତ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ଗଜପତି ଉତ୍ସବ – ୨୦୨୫ରେ ଅଧିକରୁ ଅଧିକ ସଂଖ୍ୟକ ଜନସାଧାରଣ ସାମିଲ ହେବାକୁ ସମସ୍ତ ଅତିଥି ମାନେ କହିଥିଲେ।

Leave A Reply

Your email address will not be published.