ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲ ତରଫରୁ ନିଃଶୁଳ୍କ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର

3

ଚିଲିକା:(ସେକ୍ କୌସର):ରବିବାର ଦିନ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲ ତରଫରୁ ନାଚୁଣୀ କଲେଜ୍ ପରିସରରେ ନିଃଶୁଳ୍କ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରକୁ ରାଜ୍ୟ ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର,କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିମ୍ସ ଉପଦେଷ୍ଟା ପ୍ରଫେସର ଶଶାଙ୍କ ଶେଖର ଚୁଡ଼ାମଣି,ନାଚୁଣୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ,ଚିଲିକା ପୂର୍ବତନ ବିଧାୟକ ଡ଼ଃ ବିଭୂତି ଭୂଷଣ ହରିଚନ୍ଦନ,ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନାରାଣୀ ବେହେରା ଓ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ,ଭାଜପା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ,ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ।

ଏହି ଶିବିର ସକାଳ ୯ ଘଂଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଚାଲିଥିବା ବେଳେ କିମ୍ସ ହସ୍ପିଟାଲର ୨୫ ଟି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ବିଭିନ୍ନ ରୋଗରେ ପୀଡ଼ିତ ଥିବା ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ପରାମର୍ଶ ଦେବାସହ ନିଶୁକ୍ଳ ଔଷଧ ବଣ୍ଟନ କରିଥିଲେ।ଅନୁଷ୍ଠିତ ଶିବିରରେ ୫ ହଜାରରୁ ଉର୍ଦ୍ଧ୍ବ ରୋଗୀ ପଞ୍ଜିକରଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ନାଚୁଣୀ ମହାବିଦ୍ୟାଳୟର ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ,ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଛାତ୍ରଛାତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Leave A Reply

Your email address will not be published.