(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର,-ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପଡିଆରେ ଆଜି ଯୁଧିଷ୍ଠିର ମହାଙ୍କୁଡ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଚତୁର୍ଦ୍ଦଶ ରାଜ୍ଯ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ଉପଲକ୍ଷେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଣପୁର ବ୍ଲକ୍ ଉପାଧ୍ୟକ୍ଷ ତଥା ଉତ୍ସବ ପରିଚାଳନା କମିଟି ର ସମ୍ପାଦକ ସୁଦର୍ଶନ ଶବର, କମିଟି ର ବରିଷ୍ଠ ଉପ ସଭାପତି କୈଳାସ ଦାସ, ରମେଶ ଲିମା, ଯୁବ ସମାଜସେବୀ ରାମ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟ ରେ ରାୟଗଡ଼ା ଚିନାସାରୀ, ସାମ୍ପୁନି, ମୁକୁନ୍ଦ ପୁର୍ ଆଦି ଅଞ୍ଚଳ ରୁ ପ୍ରାୟ ୮ ଗୋଟି ଟିମ୍ ଭାଗ ନେଇଛନ୍ତି l ପୁରୁଣା ଗୁଣପୁର ସହ ଶ୍ରୀକାନ୍ତ ସିକ୍ସ ରେ ପୁରୁଣା ଗୁଣପୁର ଆଜି ବିଜୟ ଲାଭ କରିଥିବା ବେଳେ ତରୁଣ ସିକ୍ସ ସହ ଅମିତ୍ ସିକ୍ସ ରେ ତରୁଣ ସିକ୍ସ ବିଜୟ ଲାଭ କରିଥିଲେ l ଅନୁରୂପ ଭାବେ ସଞ୍ଜୁ ସିକ୍ସ ସହ ଡାଇନାମିକ ସିକ୍ସ ମଧ୍ୟରୁ ସଞ୍ଜୁ ସିକ୍ସ ବିଜୟ ଲାଭ କରିଥିଲେ ଏବଂ ଶେଷରେ ରାଇଜିଙ୍ଗ ଷ୍ଟାର୍ ସହ ରେବେଳ ସିକ୍ସ ଖେଳି ଥିଲେ ମଧ୍ଯ ଏଥିରେ ରାଇଜିଙ୍ଗ ଷ୍ଟାର ଦଳ ବିଜୟ ଲାଭ କରିଥିଲେ l ବିଜୟ ଲାଭ କରିଥିବା ୪ ଗୋଟି ଦଳ ଆସନ୍ତା କାଲି ସେମି ଫାଇନାଲ ଖେଳିବା ସହିତ ସେଥିରେ ବିଜୟ ଦଳ ଫାଇନାଲ ଖେଳିବାର କାର୍ଯ୍ୟକ୍ରମ ଅଛି ବୋଲି ଆୟୋଜକ ଶାନ୍ତୁନୁ କାର୍ଜୀ ସୂଚନା ଦେଇଛନ୍ତି l ଏହି କାର୍ଯ୍ୟକ୍ରମ କୁ ରେଫରୀ ଭାବେ କୁଞ୍ଜ କଂସ ବେହେରା ଦାୟିତ୍ଵ ତୁଲାଇଥିଲେ l ସମଗ୍ର ଖେଳ କୁ ନୀର ଶବର, ଅମିତ୍ ଶବରଙ୍କ ସମେତ ସ୍ଥାନୀୟ ଯୁବକ ମାନେ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post