“ମଣିଷ ଗଠନ ସମୟର ଆହ୍ବାନ ଅଟେ ।”

3

ଦହିତା ମହାବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉଦଘାଟିତ 

ପଦ୍ମପୁର:- ସଂପ୍ରତି ସମାଜ ଅପସଂସ୍କୃତି ବହୁଳ ତଥା କୁପଥ ଗାମୀ ହେଉଥିବା ବେଳେ ଶିକ୍ଷା ମହୋତ୍ସବ ମାଧ୍ୟମରେ ମଣିଷ ଗଠନ ସଚେତନତା ସମୟର ଆହ୍ବାନ ଅଟେ ବୋଲି ବରଗଡ ଜିଲ୍ଲା ପଦ୍ମପୁର ନିକଟସ୍ଥ ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହିତାର ରୌପ୍ୟ ଜୟନ୍ତୀ ସମାରୋହରର ଦ୍ଵିତୀୟ ଦିବସରେ ମତ ପ୍ରକାଶ ପାଇଛି । ଓଡ଼ିଶା ସରକାରଙ୍କ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ
ଯୋଗଦାନ କରି ରୌପ୍ୟ ଜୟନ୍ତୀ ସଭାକୁ ଉଦଘାଟନ କରି ସୁସ୍ଥ ସମାଜ ପାଇଁ ଶିକ୍ଷାର ଭୂମିକାକୁ ଗୁରୁତ୍ଵ ଆରୋପ କରି ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ଵତନ୍ତ୍ର ବରେଣ୍ୟ ଅତିଥି ସ୍ଥାନୀୟ ବିଧାୟିକା ବର୍ଷା ସିଂ ବରିହା ସଂଯୋଜିତ ଜୀବନ ତିଆରି ପାଇଁ ଛାତ୍ର ଛାତ୍ରୀଙ୍କ ଆଭିମୁଖ୍ୟରେ ପରିବର୍ତନ ଆସିବା ଜରୁରୀ ବୋଲି କହିଥିଲେ । ନବପ୍ରଭାତ ଗୁରୁକୁଳ ନୁଆଁପାଳିର ପରିଚାଳକ ଭଗବାନ ଦେବ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଆଧ୍ୟାତ୍ମିକତା, ସଂସ୍କାର ଓ ସଂସ୍କୃତି ଶିକ୍ଷା ହିଁ ସମାଜ ହିତ ସାଧନ ପାଇଁ ଅନିବାର୍ଯ୍ୟ ବୋଲି କହିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜେଶ ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ବୁଦ୍ଧଦେବ ମେହେର, କୁଞ୍ଜବନ ହୋତା, ବୃନ୍ଦାବନ ମେହେର, ସୁରେନ୍ଦ୍ରମୋହନ ପାଣିଗ୍ରାହୀ, ବିନୋଦ ବିହାରୀ ମେହେର, ଲିଙ୍ଗରାଜ ଥନାପତି ଯୋଗଦାନ କରି ଶୁଭେଚ୍ଛା ଜ୍ଞାପନ କରିଥିଲେ । ରୌପ୍ୟ ଜୟନ୍ତୀ ସମାରୋହର ଆବାହକ ଅଧ୍ୟାପକ ସୁଶାନ୍ତ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ ତଥା ସଂଯୋଜକ ଅଧ୍ୟାପକ ଲମ୍ବୋଦର ତାଣ୍ଡି ସଭା ପରିଚାଳନା କରିଥିଲେ । ନାରାୟଣ ହୋତା ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଶୋଭାମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
ଅଧ୍ୟାପକ ଲମ୍ବୋଦର ତାଣ୍ଡିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେସନରେ ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର, ଜିଲ୍ଲା ପରିଷଦ ସଦସ୍ୟ ମକରଧ୍ବଜ ବଗାର, ସରପଂଚ ଦମୟନ୍ତୀ ପାଣ୍ଡେ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ। ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ, ରଞ୍ଜିତ ପ୍ରଧାନ ଏବଂ ମନୋରଞ୍ଜନ ଲୁହା କବିତା ଆବୃତ୍ତି କରିଥିଲେ । ଅଧ୍ୟାପକ ଶତୃଘ୍ନ ପ୍ରଧାନ ଓ ପ୍ରିୟରଞ୍ଜନ ସାହୁ ପରିଚୟ ଓ ଧନ୍ୟବାଦ ଦେଇଥିଲେ । ପରିଚାଳନା କମିଟି ସଦସ୍ୟ, ମହାବିଦ୍ୟାଳୟର ପୂର୍ବତନ କର୍ମଚାରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ତଥା ଛାତ୍ରଛାତ୍ରୀଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । ଶେଷ ପର୍ଯ୍ୟାୟରେ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ରଚିତ ନିର୍ଦ୍ଦେଶିତ ନାଟକ “ନୂଆଁଖାଇର ଭାବ” ସଙ୍ଗୀତ ଗୁରୁ ସୁରେନ୍ଦ୍ର ସାହୁଙ୍କ ନିର୍ଦ୍ଦେଶିତ “ଗ୍ରାମପଥ”, ଟଙ୍କିଆ ସଙ୍ଗୀତ ବିଦ୍ୟାଳୟର ଲୋକନୃତ୍ୟ “ନୁନିନୁ ଭୁଆସେନ”, ଛାତ୍ର ଛାତ୍ରୀଙ୍କ ଲୋକନୃତ୍ୟ ତଥା ଲୋକଗୀତରେ ଦର୍ଶକ ବିମୋହିତ ହୋଇଯାଇଥିଲେ । ରୌପ୍ୟ ଜୟନ୍ତୀ କମିଟି ତଥା ଗ୍ରାମବାସୀଙ୍କ ଉଦ୍ୟମରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.