କେନ୍ଦୁଝର ନଗର ବିଜେପିର ବନ୍ଧୁମିଳନ

3

କେନ୍ଦୁଝର,ତା୧୧/୧- କେନ୍ଦୁଝର ନଗର ବିଜେପି ପକ୍ଷରୁ କେନ୍ଦୁଝର ସହର ନିକଟସ୍ତ ଗୋବିନ୍ଦପୁର ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ନଗର ସଭାପତି ଅସିତନନ୍ଦନ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ନଗର ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାତ୍ର ସମସ୍ତ କାର୍ଯ୍ୟକ୍ରମ କିଭଳି ବ୍ୟବସ୍ଥିତ ଭାବରେ ଭବ୍ୟ ଭାବେ ହୋଇପାରିବ ସେଥିପାଇଁ ସମସ୍ତ ଦାୟିତ୍ୱ ନେବା ସହିତ ଏହାକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ଭାବେ ଦାୟିତ୍ୱ ପାଇଥିବା ସରକାରୀ ଓକିଲ ମାନଙ୍କୁ ସ୍ୱାଗତ ତଥା ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ନୂତନ ଭାବେ ଦାୟିତ୍ୱ ପାଇଥିବା ଜିଲ୍ଲା ବିଜେପି ସମ୍ପାଦକ ବିଶ୍ୱଜିତ ତ୍ରିପାଠୀ, ନଗର ମଣ୍ଡଳ ସଭାପତି ଅସିତନନ୍ଦନ ମହାନ୍ତି, ଜିଲ୍ଲା କାର୍ଯ୍ୟାଳୟ ସହ-ସମ୍ପାଦକ ସୁଶୀଲ କୁମାର ନାଏକଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ନଗର ବିଜେପିର ଶତାଧିକ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ କେନ୍ଦୁଝରଗଡ଼ ପୌରପାଳିକା ର ଅଧକ୍ଷା ନିକୁ ସାହୁଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ନଗର ମଣ୍ଡଳରୁ ଜିଲ୍ଲା ତଥା ରାଜ୍ୟ ଦାୟିତ୍ୱରେ ଥିବା ସମସ୍ତ ପଦାଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ। ନଗର ଯୁବ ମୋର୍ଚା ଏବଂ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କ ସହଯୋଗରେ ଏହି ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.