ଯାଜପୁର ତା ୧୧, ୦୧, ୨୦୨୬ରିଖ କୋରାଇ ବ୍ଲକ ଅନର୍ଗତ ତଣ୍ଡାର ଗ୍ରା.ପ ଠାରେ ଯାଜପୁର ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କମିଟି ପକ୍ଷରୁ ଏକ ଆଲୋଚନା ସଭା ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଥିଲା. ଟି.ପି.ଏନ.ଓ.ଡ଼ି.ଏଲ ର ବିଦ୍ୟୁତ ଗ୍ରାହକ ମାନଙ୍କ ଉପରେ ନାହିଁ ନଥିବା ଜୁଲମ ଘଟଣା କୁ ନେଇ ସମଗ୍ର ଜିଲ୍ଲାରେ କୋକୁଆ ଭୟ ଦେଖା ଦେଇଛି. ଏପରି କି କୌଣସି କାରଣ ନ ଥାଇ ଅତ୍ୟାଧିକ ଜୋରିମନା , ଭଲ ମିଟରକୁ ପରିବର୍ତ୍ତନ ଜବରଦସ୍ତି ସ୍ମାର୍ଟ ମିଟର ସଂଯୋଗ କରିବା, ବିଲ ଗୁଡିକରେ ଏ.ଏସ.ଡ଼ି ବାବଦକୁ ମାସିକ ଅର୍ଥ ଆଦାୟ କରିବା ଭୁଲ୍ ବିଲ୍ କୁ ସଂଶୋଧିତ ନ କରିବା ସହିତ ଅଘୋଷିତ ବିଦ୍ୟୁତ କାଟ ଯୋଗୁ ଜନ ସାଧାରଣ ତ୍ରାହି ତ୍ରାହି ଡାକିବାକୁ ନେ଼ଇ ଅଶନ୍ତୋଷ ଯୋଗୁ ଏହାକୁ ପ୍ରତିବାଦ କରି କୋରାଇ ବ୍ଲକ ଜୋନ ୩ର ଜହ୍ନା ଗ୍ରା. ପ, ଖମଣ, ପାଣିକୋଇଲି, ପଥରପଦା, ବଡବିରୁହାଁ, ଗୋଳାଇପୁର, ମୁ୍ଳାପାଳ, କର୍ଦା ଗ୍ରାମପଂଚାୟତ ସମେତ ଲଷ୍ମୀନଗର ଓ ପହଂଗାର ନେତୃ ସ୍ଥାନୀୟ ବ୍ୟକ୍ତି ମାନଙ୍କ ଉପସ୍ଥିତ ତଥା ବିଶିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା ଓ ବିଦ୍ୟୁତ ଉପଭୋକ୍ତା କମିଟି ପକ୍ଷରୁ ରାଘବ ଚରଣ ସାହୁ, ଦୁର୍ୟୋଧନ ସାହୁ, ବେଣୁଧର ରଣା, ପରୀକ୍ଷିତ ମଳିକ, ମନୋରଞ୍ଜନ କର, ମଧୂସୁଦନ ମଲ୍ଲିକ, କୃଷ୍ଣ ଦାସ, ଶିବ ପ୍ରସାଦ ପଣ୍ଡା, ମନୋରଞ୍ଜନ ସ୍ୱାଇଁ, ତପନ କୁମାର ଖଣ୍ଡେଇ, ପ୍ରଫୁଲ୍ଲ କୁମାର ପାତ୍ର, ଅଭିମନ୍ୟୁ ପରିଡା, ନୀଳମଣି ଦାସ, ସୁରେଶ କୁମାର ମଲ୍ଲିକ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଟାଟା ପାୱାରର ଏତା ଦୃଶ୍ୟ କାର୍ଯ୍ୟକୁ ଦୃଢ ସମାଲୋଚନା କରିବା ସହିତ ବହୁ ଶୀଘ୍ର ଜିଲ୍ଲା ସ୍ତରୀୟ ସମାବେଶ କରି ଟାଟା ପାୱାର କାର୍ଯ୍ୟାଳୟକୁ ଘେରାଉ କରିବାକୁ ପ୍ରସ୍ତାବ ଦେଇଥିଲେ. ଶେଷରେ ରବୀନ୍ଦ୍ର ମଲ୍ଲିକ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ
Sign in
Sign in
Recover your password.
A password will be e-mailed to you.
Prev Post