ପୁରୀ,୧୦/୧ (ଅନିମେଶ ପଟ୍ଟନାୟକ ): ବଳିଆପଣ୍ଡା ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ଈଶ୍ୱରୀୟ ରାଜଯୋଗ ସାଧନା କେନ୍ଦ୍ରରେ ନିଶାମୁକ୍ତ ଅଭିଯାନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀ ଶୁଭ ଉଦଘାଟନ କରିଥିଲେ । ଭାରତରୁ ୧୫୦ ଜଣ ସ୍ବାସ୍ଥ୍ୟ ବିଶାରଦ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ବ୍ରହ୍ମା କୁମାରୀ ମୁଖ୍ୟାଳୟର ମାଉଣ୍ଟ ଆବୁ ସ୍ବାସ୍ଥ୍ୟ ପ୍ରଭାଗର ସେକ୍ରେଟାରୀ ରାଜଯୋଗୀ ବ୍ରହ୍ମାକୁମାର ଡକ୍ଟର ବନାରସି ଲାଲ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ ବିଭିନ୍ନ ଏନଜିଓ ସଂସ୍ଥା ଦ୍ଵାରା ନିଶା ନିବାରଣ ସମ୍ବନ୍ଧୀୟ ବହୁ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିଲେ ମଧ୍ୟ ସେମାନଙ୍କ ସଫଳତା ହାର ଶତକଡ଼ା ୨୦ରୁ ୩୦ ପର୍ସେଣ୍ଟ ବା ତା ଠାରୁ କମ୍ । କିନ୍ତୁ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ର ରାଜ ଯୋଗ ର ଅଭ୍ୟାସ ଦ୍ଵାରା ନିଶା ନିବାରଣ ର ସଫଳତା ହାର ଶତକଡ଼ା ୯୭ ଭାଗ । ତେଣୁ ନିଶା ନିବାରଣ ର ବହୁଳ ସଫଳତା ପାଇଁ ବ୍ରହ୍ମା କୁମାରୀ ସଂସ୍ଥା ଭାରତ ସରକାର ଓ ବିଭିନ୍ନ ପ୍ରାଦେଶିକ ସରକାର ଙ୍କ ସହ ଚୁକ୍ତି ବଦ୍ଧ ହୋଇ ବିଭିନ୍ନ ସେବାକାର୍ଯ୍ୟ ଜାରି ରଖି ଅନେକ ସମୟ ରେ ପୁରସ୍କୃତ ହେଉଅଛି ।ଏହି ଆଲୋଚନା ଚକ୍ରରେ ମେଡିକାଲ ପ୍ରଭାଗ ର ଜଏଣ୍ଟ ସେକ୍ରେଟାରୀ ରାଜଯୋଗୀ ଡକ୍ଟର ସଚିନ ପରବ ବିଭିନ୍ନ ନିଶା ସେବନ ର କାରଣ,ଦୁଃପରିଣାମ ଓ ନିରାକରଣ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ବାସ୍ଥ୍ୟ ବିଭାଗର ସ୍ଵତନ୍ତ୍ର ସଚିବ ଡକ୍ଟର ବି କେ ମହାପାତ୍ର ସରକାରଙ୍କ ନିଶା ନିବାରଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ନିଶାମୁକ୍ତି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।ଏହି ଆଲୋଚନା ଚକ୍ରରେ ସ୍ୱାସ୍ଥ୍ୟ ବିଭାଗ ର ନିର୍ଦ୍ଦେଶକ ଡକ୍ଟର ପ୍ରଦୀପ କୁମାର ଗୁରୁ ଓ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ସ୍ବାଇଁ , କ୍ୟାପିଟାଲ ହସ୍ପିଟାଲ ର ନିର୍ଦ୍ଦେଶକ ଡକ୍ଟର ରୂପଭାନୁ ମିଶ୍ର , ଆଇଏମଏ ପୁରୀ ବ୍ରାଞ୍ଚର ସେକ୍ରେଟାରୀ ଡକ୍ଟର ବାନାମ୍ବର ସେନାପତି, ସିଡିଏମଓ ଡକ୍ଟର ଏ କେ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଶା ମୁକ୍ତି ସମ୍ବନ୍ଧୀୟ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ସାଧନାକେନ୍ଦ୍ର ର ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଡକ୍ଟର ନିରୁପମା ଆଶୀର୍ବଚନ ପ୍ରଦାନ କରି ସମସ୍ତଙ୍କୁ ନିଶାଦ୍ରବ୍ୟ ସେବନ ନ କରିବା ପାଇଁ ଶପଥ ପାଠ କରାଇଥିଲେ ।
ରାଜ ଯୋଗୀ ଭ୍ରାତା ଡକ୍ଟର ସତ୍ୟାନନ୍ଦ ସ୍ବାଗତ ଅଭିଭାଷଣ ଦେଇ ଅଭିଯାନ ର ଆଭିମୁଖ୍ୟ ସମ୍ବନ୍ଧ ରେ ସୂଚନା ଦେଇଥିଲେ ।
ପ୍ରାକ୍ତନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ରାଜଯୋଗୀ ବ୍ରହ୍ମାକୁମାର ଡକ୍ଟର ଏ ଏନ ମହାନ୍ତି ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟାଳୟ ସଂଯୋଜିକା ରାଜ ଯୋଗିନୀ ବ୍ରହ୍ମା କୁମାରୀ ମନିଷା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ନିଶା ନିବାରଣ ର ଏକ ସୁସଜ୍ଜିତ ରଥକୁ ସମସ୍ତ ଅତିଥି ମାନଙ୍କ ଉପସ୍ଥିତିରେ ମଧ୍ୟପ୍ରଦେଶର ବି. କେ ଅକ୍ଷୟ ଭାଇ ଦାନ୍ତରେ ଟାଣି ଟାଣି ଶୁଭାରମ୍ଭ କରିଥିଲେ । ଏହି ନିଶା ନିବାରଣ ରଥ ପୁରୀ ଟାଉନ ତଥା ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସାଧନା କେନ୍ଦ୍ରର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post