କାକଟପୁର, ୧୦/୧ କାକଟପୁର ଥାନ ଥାନା ସ୍ଵର୍ଣ୍ଣକାର ସଂଘର ୨୮ତମ ସମ୍ମିଳନୀ ଆଜି ସ୍ଥାନୀୟ କୁଣ୍ଢେଇସୁଣୀ ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ସଂଘ ସଭାପତି ଶ୍ରୀଧର ସାହୁ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ଉପସଭାପତି ଶଙ୍କର ପ୍ରସାଦ ସାହୁ, ସଂଘ ଉପଦେଷ୍ଟା ପୂର୍ଣ୍ଣ ଚନ୍ଦ୍ର ସାହୁ, ନିତ୍ୟାନନ୍ଦ ସାହୁ, ପୂର୍ବତନ ସଭାପତି ଲକ୍ଷ୍ମୀଧର ସାହୁ, ପୂର୍ବତନ ସଂପାଦକ ଗଗନ ବିହାରୀ ସାହୁ, ସହ ସଂପାଦକ ନିରଞ୍ଜନ ସାହୁ, ବରିଷ୍ଠ ସ୍ବର୍ଣ୍ଣକାର କଲ୍ୟାଣ କୁମାର ସାହୁ, ସଂଜୟ କୁମାର ସାହୁ, କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ସ୍ଵର୍ଣ୍ଣକାରମାନଙ୍କ ମୌଳିକ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା। ସ୍ଵର୍ଣ୍ଣକାରୀଗରମାନଙ୍କୁ ଶିଳ୍ପୀର ମାନ୍ୟତା, ଓବିସି ଶ୍ରେଣୀରେ ଅନ୍ତଭୁକ୍ତ କରିବା ଓ ବୟୋଜ୍ୟେଷ୍ଠ ସୃଷ୍ଟିକାରମାନଙ୍କୁ ଭତ୍ତା
ପ୍ରଦାନ ଆଦି ୩ ଦଫା ଦାବି ପ୍ରସ୍ତୁତ କରାଯାଇଥିଲା । ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଅବସରରେ ସ୍ଵର୍ଣ୍ଣକାର ସଂଘ ପକ୍ଷରୁ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଶଙ୍କର ସାହୁ, ସନ୍ତୋଷ କୁମାର ସାହୁ, କୈଳାସ ଚନ୍ଦ୍ର ମହାରଣା, ଚକ୍ରଧର ସାହୁ ଓ ମୁରଲୀଧର ସାହୁଙ୍କ ସମେତ କେତେକ ବରିଷ୍ଠ ସ୍ଵର୍ଣ୍ଣକାରମାନଙ୍କୁ ସମ୍ମିଳନୀରେ ସମ୍ବଦ୍ଧିତ କରାଯାଇଥିଲା। ପ୍ରତି ୩ବର୍ଷ ବ୍ୟବଧାନରେ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ କାକଟପୁର, ଅସ୍ତରଙ୍ଗ ଓ ଗୋପ ଅଂଚଳର ଶତାଧିକ ସ୍ଵର୍ଣ୍ଣକାର ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.