ବିଜେପୁର :-ବରଗଡ଼ ଜିଲ୍ଲା ଅନ୍ତର୍ଗତ ଛୁରିଆପାଳି ହାଇସ୍କୁଲ ପଡିଆଠାରେ ଆୟୋଜିତ ୨୭ତମ S.B.T.K. ମେମୋରିଆଲ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନର ଖେଳ ଦର୍ଶକଙ୍କ ଭିଡ଼ ଉପସ୍ଥିତି ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ତୃତୀୟ ଦିନରେ ମୋଟ ତିନିଟି ରୋମାଞ୍ଚକର ମ୍ୟାଚ ଖେଳାଯାଇଥିଲା।
ତୃତୀୟ ଦିନର ପ୍ରଥମ ମ୍ୟାଚରେ SS ଏଭେଞ୍ଜର ଓ ଟାଇଗର ଏଗାର ମଧ୍ୟରେ ୧୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇଥିଲା। ଟସ୍ ଜିଣି SS ଏଭେଞ୍ଜର ଦଳ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୯୮ ରନ ସଂଗ୍ରହ କରିଥିଲା। ଦଳର ବ୍ୟାଟସମ୍ୟାନମାନେ ସୁସଂଯମିତ ଓ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଦଳକୁ ମଜବୁତ ସ୍କୋର ଦେଇଥିଲେ। ଜବାବରେ ଟାଇଗର ଏଗାର ଦଳ ପ୍ରଚେଷ୍ଟା କରିଥିଲେ ମଧ୍ୟ ନିର୍ଦ୍ଧାରିତ ଓଭରରେ ୮୫ ରନ କରି ପରାଜୟ ବରଣ କରିଥିଲେ।
ଦ୍ୱିତୀୟ ମ୍ୟାଚରେ ଝାରବନ୍ଧ ଏଗାର ଓ ହୀରାକୁଦ ଏଗାର ମଧ୍ୟରେ ୧୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଝାରବନ୍ଧ ଏଗାର ଦଳ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ପ୍ରତିଦ୍ୱନ୍ଦୀ ଦଳକୁ ଚାପରେ ରଖିଥିଲା ଏବଂ ସଫଳତାର ସହ ମ୍ୟାଚ ବିଜୟୀ ହୋଇଥିଲେ।ସେହିପରି ତୃତୀୟ ଦିନର ତୃତୀୟ ମ୍ୟାଚ ଥିଲା ଗୁରୁତ୍ୱପୂର୍ଣ୍ଣ କ୍ୱାର୍ଟର ଫାଇନାଲ। ଏହି ମ୍ୟାଚରେ SS ଏଭେଞ୍ଜର ଓ ଝାରବନ୍ଧ ଏଗାର ମଧ୍ୟରେ ୮ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇଥିଲା। ଦୁହିଁ ଦଳ ମଧ୍ୟରେ ଜୋରଦାର ଖେଳ ଦେଖିବାକୁ ମିଳିଥିଲା। ଶେଷରେ SS ଏଭେଞ୍ଜର ଦଳ ବିଜୟ ହାସଲ କରି ତୃତୀୟ ଦଳ ଭାବେ ସେମିଫାଇନାଲକୁ ପ୍ରବେଶ କରିଛି।ଏହି ସମସ୍ତ ମ୍ୟାଚକୁ କ୍ରିକେଟ ପରିବାରର ବରିଷ୍ଠ ଓମ୍ପିୟର ଅନ୍ତର୍ଯ୍ୟାମୀ ପଧାନ, ଉମେଶ ସୂର୍ଯ୍ୟ ଭୋଇ, ସୁମିଲ ବେହେରା ଓ ନରୋତ୍ତମ ପଧାନ ସୁଚାରୁ ଭାବେ ପରିଚାଳନା କରୁଛନ୍ତି। ଧାରାବିବରଣୀ ରିଙ୍କୁ ଭୋଇ ଓ ରିଙ୍କୁ ଦେଇଥିବା ବେଳେ ସ୍କୋରିଂ ଦାୟିତ୍ୱ ମଧ୍ୟ ସଫଳତାର ସହ ତୁଲାଇଥିଲେ।
ଛୁରିଆପାଳି କ୍ରିକେଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି ଯେ, ଟୁର୍ଣ୍ଣାମେଣ୍ଟର ଶେଷ ଦିନରେ ଏକ ବୃହତ୍ (ମେଗା) ରକ୍ତଦାନ ଶିବିର ଆୟୋଜନ କରାଯିବ। ଏଥିରେ ଅଞ୍ଚଳର ଯୁବକ, କ୍ରିକେଟ ପ୍ରେମୀ ଓ ସାଧାରଣ ଲୋକଙ୍କୁ ସ୍ୱଇଛାରେ ରକ୍ତଦାନ କରି ମାନବ ସେବାରେ ସହଯୋଗ କରିବାକୁ ଆହ୍ୱାନ କରାଯାଇଛି।ଆସନ୍ତା କାଲି ପ୍ରଥମ ମ୍ୟାଚ ଦଶମାଇଲ (ସୋହେଲା) ଓ ପଦ୍ମପୁର ମଧ୍ୟରେ ଖେଳାଯିବ ବୋଲି କମିଟି ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post