ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ବ୍ଲକ ଅନ୍ତର୍ଗତ ଗୌଡଗୁଡ଼ା କ୍ଳଷ୍ଟର ନିଲିମାରି ଆଶ୍ରମ ବିଦ୍ୟାଳୟରେ ସି.ଆର.ସି.ସି. ଶ୍ରୀ ରଞ୍ଜିତ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ତିନି ଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳାର ଆୟୋଜନ କରାଯାଇଥିଲା।ଏହି କାର୍ଯକ୍ରମରେ ନିରୀକ୍ଷକ ଭାବେ ବି. ଆର. ସି. ସି. ଶ୍ରୀ ଗୌରାଙ୍ଗ ସାଜନ ଏବଂ ଏ. ବି. ଓ. ଶ୍ରୀ ଅଶ୍ୱିନୀ ମାଝୀ ଉପସ୍ଥିତ ହୋଇ ନିମ୍ନ ମୂଲ୍ୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଉପଦେଶ ଦେଇଥିଲେ।ଗବେଷକ ଶ୍ରୀଯୁକ୍ତ ଗଣେଶ ଚନ୍ଦ୍ର ଜେନା ଓ ଶ୍ରୀଯୁକ୍ତ ମନୋରଞ୍ଜନ ସେଠୀ ଯୋଗଦେଇ ଅଭିନଭ ଡ଼ଙ୍ଗରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବାର କୌଶଳ ଶିଖାଇଥିଲେ। ଏହି କାର୍ଯକ୍ରମର ଏହି ପଞ୍ଚାୟତର ୧୫ ଗୋଟି ବିଦ୍ୟାଳୟରୁ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ବିନର୍ଭା ରାଉତ, ଶ୍ରୀତିସ୍ମିତା ଜୟସିଂ , ଜୟଶ୍ରୀ କୁମାରୀ ସୁଆର,ନନ୍ଦିନୀ ପ୍ରଧାନ,ପ୍ରଜ୍ଞା ପରିମିତା ନାୟକ,ଚାନ୍ଦିନୀ ବାର୍ଦା,ମୋତି ନାୟକ,ଗୌରିପ୍ରଭା ମହାରଣା,ଦିବ୍ୟଜ୍ୟୋତି ପରିଡ଼ା, ରୁଦ୍ର ମାଧବ ମେହେର ଯୋଗଦେଇ ବିଭିନ୍ନ ପ୍ରକାରର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକଷୟିତ୍ରୀ ଶ୍ରୀମତୀ ବୀରା ମାଢ଼ୀ ସମପ୍ତଙ୍କୁ ଉଚ୍ଚ ପ୍ରଶଂସା କରି ଧନ୍ୟବାଦ୍ ଦେଇ ସଭାକୁ ସାଙ୍ଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.