ବନ୍ଦେ ମାତରଂ ଗାନ ପାଇଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

3

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାଷ୍ଟ୍ର ଗୀତ ବନ୍ଦେ ମାତରଂ ସୃଜନ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାର ତଥା ରାଜ୍ୟ ସରକାରଙ୍କ ଆହ୍ବାନ କ୍ରମେ ସାରା ରାଜ୍ୟରେ ସାମୁହିକ ବନ୍ଦେ ମାତରଂ ଗାନ ର ପୂର୍ବ ପ୍ରସ୍ତୁତି ଚାଲିଥିବା ବେଳେ ବ୍ଳକ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ଉଦଘାଟନୀ ସତ୍ରକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମାନନ୍ଦ ବରିହା, ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିପ୍ରଭା ପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ପ୍ରାରମ୍ଭ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ଵ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l ପ୍ରଶିକ୍ଷଣର ପ୍ରାରମ୍ଭରେ ମଣ୍ଡଳ ସ୍ତରରୁ ତାଲିମ୍ ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ କମଳାକାନ୍ତ ଖୁଣ୍ଟିଆ ବନ୍ଦେ ମାତରମ୍ ରାଷ୍ଟ୍ରଗୀତର ଭିତ୍ତିଭୂମି ଉପରେ ଆଲୋଚ଼ନା କରିଥିଲେ। ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ଶେଷସାୟୀ ସେନାପତି ବନ୍ଦେ ମାତରମ୍ ରାଷ୍ଟ୍ରଗୀତର ଭାବାର୍ଥ ଆଲୋଚ଼ନା କରିଥିଲେ ଏବଂ ଶିକ୍ଷକ ଶ୍ରୀଯୁକ୍ତ ଏମ୍ କେଶବ ରାଓ ବନ୍ଦେ ମାତରମ୍ ଗାନକୁ ସ୍ଵର, ତାଳ, ଲୟ ମାଧ୍ୟମରେ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ପରବର୍ତ୍ତୀ ସମୟରେ ଶିକ୍ଷକ ମାନେ ନିଜ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବନ୍ଦେ ମାତରମ୍ ଗାନ ପାଇଁ ପ୍ରସ୍ତୁତି କରିବା ପାଇଁ ଏହି ପ୍ରଶିକ୍ଷଣର ବ୍ୟବସ୍ଥା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି ।

Leave A Reply

Your email address will not be published.