ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାରା ରାଜ୍ୟରେ ଚଳିତ ମାସ ୦୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ ସଡକ ସୁରକ୍ଷା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାକୁ ଭାରପ୍ରାପ୍ତ ଜିଲ୍ଲାପାଳ ମୁନୀନ୍ଦ୍ର ହନାଗା ଏବଂ ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି ପଦଯାତ୍ରା ନଗର ପରିକ୍ରମା କରିବା ସହ ଜନସାଧାରଣଙ୍କୁ ସଡକ ସୁରକ୍ଷା ନିୟମ ବିଷୟରେ ସଚେତନ କରାଯାଇଥିଲା। ଦୁଇ ଚକିଆ ଗାଡି ଚଲାଇବା ବେଳେ ହେଲମେଟର ବ୍ୟବହାର କରିବା , ଦ୍ରୁତଗତିରେ ଗାଡ଼ି ନ ଚଲାଇବା ସହ ଟ୍ରାଫିକ ନିୟମକୁ ପାଳନ କରିବା ଏବଂ ଚାରିଚକିଆ ଗାଡି ଚଲେଇବା ବେଳେ ସିଟ ବେଲ୍ଟର ବ୍ୟବହାର କରିବା , ମଦ୍ୟପାନ କରି ଗାଡ଼ି ନ ଚଳାଇବା , ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥାବାର୍ତ୍ତା ନ ହେବା ପାଇଁ ଏହିପରି ଅନେକ ସଚେତନତା ବାର୍ତ୍ତାକୁ ପ୍ଲାକାର୍ଡ , ପ୍ରଚାରପତ୍ର ଓ ସ୍ଲୋଗାନ ମାଧ୍ୟମରେ ଜନଜାଗରଣ କରାଯାଇଥିଲା। ଏଥି ସହିତ ସମସ୍ତ ଗାଡି ମାଲିକ ଗାଡିର ଇନସୁରାନସ୍ , ପଲ୍ୟୁସନ ଓ ଡ଼୍ରାଇଭିଙ୍ଗ ଲାଇସେନସ ଇତ୍ୟାଦିକୁ ନିୟମିତ ଭାବେ ଅପଡେଟ କରିବା ପାଇଁ ନିବେଦନ କରାଯାଇଥିଲା।
ଏହି ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ଦାସ ଓ ବିଭାଗୀୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post