ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ସମନ୍ୱିତ ଶିଶୁ ବିକାଶ ଯୋଜନା ଭଞ୍ଜନଗର ବ୍ଳକ୍ ଆନୁକୁଲ୍ୟରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅଦ୍ୟ ଗୁରୁବାର ୮ ତାରିଖ ୨୦୨୬ ଦିନ ପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ପ୍ରକଳ୍ପ ଅଧିକାରୀଣି (ସି.ଡି.ପି.ଓ) ମିଲିମା ପଣ୍ଡା, ବରିଷ୍ଠ ଆଇନଜୀବୀ ଅଳକା ମଞ୍ଜରୀ ପଟ୍ଟନାୟକ, ଓ.ଆର୍.ସି ରବିନ୍ଦ୍ର କୁମାର ପ୍ରଧାନ,ଦାସରଥି ତ୍ରିପାଠୀ, ପି.ଆର୍.ଆଇ ସଭ୍ୟ ସଭ୍ୟା, ଅଞ୍ଚଳ ପରିଚାଳିକା, ଶିକ୍ଷକ ଶିକ୍ଷୟିତ୍ରୀ, ଏକକ ସହାୟତା କେନ୍ଦ୍ରର କର୍ମକର୍ତ୍ତା, ଏସ୍.ଏଚ୍.ଜି ମାଆ ମାନେ, କର୍ମୀ, ଆଶାକର୍ମୀ ଓ ବିଭିନ୍ନ ଅଞ୍ଚଳର କୋଣ ଅନୁକୋଣ ରୁ ଆସିଥିବା କିଶୋରୀ ବାଳିକାମାନେ ଯୋଗଦାନ କରିଥିଲେ। ସିଡ଼ିପିଓ ମିଲିମା ପଣ୍ଡା କାର୍ଯ୍ୟକ୍ରମ ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ପରେ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ଅନ୍ୟ ସମସ୍ତ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଦାସରଥି ତ୍ରିପାଠୀ, ରବିନ୍ଦ୍ର କୁମାର ପ୍ରଧାନ ଓ ଅଳକା ମଞ୍ଜରୀ ପଟ୍ଟନାୟକ କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ଉଦେଶ୍ୟ ତଥା କିଶୋରୀ ବାଳିକାମାନଙ୍କୁ ସେମାନଙ୍କ କିପରି ଭାବରେ ସେମାନେ ସମାଜରେ ଆର୍ଥିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସମସ୍ତ ପ୍ରକାର ସୁରକ୍ଷା ସହିତ ସଫଳତା ପାଇପାରିବେ ଓ ଏହି ଦିଗରେ ସରକାର କିପରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ତାକୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ଓ.ଆର୍.ସି ତ୍ରିପାଠୀ ଉପସ୍ଥିତ କିଶୋରୀ ବାଳିକାମାନଙ୍କୁ ବିଭିନ୍ନ ପ୍ରକାର ପୁଞ୍ଜି ଉପରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଯେପରିକି, ପୁଞ୍ଜି କଣ ? କେତେ ପ୍ରକାରର ? ଓ ଏହାକୁ କିପରି ଭାବରେ ସଂରକ୍ଷିତ କରାଯିବ ଏବଂ ଏହା କିପରି ଭାବରେ ହସ୍ତଗତ ହେବ, ଏହା କେଉଁ ସ୍ତରରେ ରହିଛି ଓ ଏଥିପ୍ରତି ସରକାର ଙ୍କ ବିଭିନ୍ନ ସହାୟତା ରାଶି ସଂପର୍କରେ ବୁଝାଇଥିଲେ। ଆଇନଜୀବୀ ଅଳକା ପଟ୍ଟନାୟକ ଭାରତୀୟ ନ୍ୟାୟ ସହିଂତା ର ଆଇନ ଗ୍ରନ୍ଥ ଠାରୁ ଆରମ୍ଭ କରି କିଶୋରୀ ଏବଂ ମହିଳା ମାନଙ୍କର ବିଭିନ୍ନ ଅସୁବିଧା ଓ ସୁବିଧା କୁ ନେଇ କେଉଁ ସମୟରେ କେଉଁ ପ୍ରକାରର ଆଇନ ର ଆଶ୍ରୟ ନେବେ ତାହାର ଧାରା ଉପଧାରା, ଅନୁଷ୍ଠାନ,ସମୁର୍ଖୀନ କାର୍ଯ୍ୟାଳୟ ଉପରେ ବିଷଦ ଭାବରେ ଆଲୋକପାତ କରି ବୁଝାଇଥିଲେ। ସି.ଆର୍.ସି ରବିନ୍ଦ୍ର କୁମାର ପ୍ରଧାନ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ଆଞ୍ଚଳିକ ଆର୍ଥିକ ଯୋଜନା ଉପରେ ବୁଝାଇଥିଲେ। ପ୍ରଧାନମନ୍ତ୍ରୀ ଜିବନ ଜ୍ୟୋତି ଯୋଜନା, ପ୍ରଧାନମନ୍ତ୍ରୀ ଆର୍ଥିକ ଯୋଜନା, ମହିଳା ବିକାଶ ଆର୍ଥିକ ଯୋଜନା, ସୁକନ୍ୟା ଯୋଜନା,ଓ ବିଭିନ୍ନ ବୀମା ରାଶିର ଲାଭ କିପରି ପ୍ରାପ୍ତ ହେଉଛି,ସେ ବିଷୟରେ ଆଲୋକପାତ କରିଥିଲେ। ଏହି ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା, ଯେପରିକି ସଂଗିତ, ଚିତ୍ରାଙ୍କନ, ବକୃତା ଭଳି ପିଲାମାନଙ୍କ ସୁପ୍ତ ଶକ୍ତିକୁ ଜାଗ୍ରତ କରାଇବା ପାଇଁ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ପ୍ରକଳ୍ପ ଅଧିକାରୀଣି ନିରୀକ୍ଷଣ କରି ମୁଲ୍ୟାଙ୍କନ କରିଥିଲେ। ଏବଂ ପିଲାମାନଙ୍କୁ ଉତ୍ସାହିତ କରି ବିଭିନ୍ନ ପ୍ରେରଣା ଦାୟକ ମନ୍ତବ୍ୟ ପ୍ରଦାନ କରି ବୁଝାଇଥିଲେ। ସଂଗିତ ରେ ଅପର୍ଣ୍ଣା ତ୍ରିପାଠୀ, ଶ୍ରେଷ୍ଠ ବିଜୟୀ ହୋଇ ୧୦୦୦ ଟଙ୍କା ସହିତ ପ୍ରମାଣ ପତ୍ର ଗ୍ରହଣ କରିଥିଲେ। ସେହିପରି ଚିତ୍ରାଙ୍କନରେ ସ୍ମୁତିରାଣୀ ଡାକୁଆ ୧୦୦୦/ ଟଙ୍କା ସହିତ ପ୍ରମାଣ ପତ୍ର ଏବଂ ଚୁମୁକି ପାଣିଗ୍ରାହୀ ବକୃତା ପ୍ରତିଯୋଗୀତାରେ ୧୦୦୦/ଟଙ୍କା ସହିତ ପ୍ରମାଣ ପତ୍ର ଗ୍ରହଣ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ବହୁତ ସୁନ୍ଦର ସୃଖଂଳିତ ଭାବରେ ହେବା ସହିତ ଏଥିରେ ବହୁତ ଉପାଦେୟ ତଥ୍ୟ ଗୁଡ଼ିକୁ କିଶୋରୀ ଛାତ୍ରୀ ମାନେ ବୁଝିଥିଲେ। ଶେଷରେ ବରିଷ୍ଠ ଅଞ୍ଚଳ ପରିଚାଳିକା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସମାପନ ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.