ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,// କୃଷକ ମାନଙ୍କର ବିଭିନ୍ନ ସମାସ୍ୟା ନେଇ ଅଖିଳ ଭାରତ କୃଷକ ମହାସଭା ଅନୁବନ୍ଧିତ ଓଡ଼ିଶା କୃଷକ ମହାସଭା ବେଲଗୁଣ୍ଠା ବ୍ଳକ୍ କମିଟି ପକ୍ଷରୁ ବେଲଗୁଣ୍ଠା ତହସିଲଦାରଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି I ଏହି ଦାବିପତ୍ରରେ ଧାନ ମଣ୍ଡିରେ ଚାଷୀ ଏବଂ ଭାଗ ଚାଷୀଙ୍କ ସମସ୍ତ ଧାନ କ୍ରୟ କରିବା ସହିତ କଟନି ଛଟନି ବନ୍ଦ କରି ଅଖା ପ୍ରଦାନ କରିବା, ଦଖଲରେ ଥିବା ଘରର ପଟ୍ଟା ଦେବା, ଜଙ୍ଗଲ ଅଧିକାର ଆଇନ୍ କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ଦେବା,ମନରେଗା ଯୋଜନାକୁ ଭାବି ଜି ରାମ ଜି ଯୋଜନାକୁ ପରିବର୍ତ୍ତନକୁ ବନ୍ଦ କରିବା ,ମୂଲିଆଙ୍କୁ ମନରେଗା ଯୋଜନାରେ ୨୦୦ ଦିନ କାମ ପାଇଁ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ କରିବା ଏବଂ ବିଦ୍ୟୁତ୍ ସ୍ମାର୍ଟ୍ ମିଟର ଲଗାଇବା ବନ୍ଦ କରିବା ଭଳି ଦାବି ସମ୍ପର୍କରେ ଉଲ୍ଲେଖ ରହିଛି I ମହାସଭା ସଭାପତି ମୁଗୁନା ଗମାଙ୍ଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ହରିକୃଷ୍ଣ ରେଡି, ଗଣେଶ ପଗଡ, ବେଲଗୁଣ୍ଠା ବ୍ଲକ୍ ସମ୍ପାଦକ ଦୀନବନ୍ଧୁ ଜେନା, ଆଞ୍ଚଳିକ ସମ୍ପାଦକ ବିଭୂ ପ୍ରସାଦ ପାଣିଗ୍ରାହୀ,କୃଷକ ଜିଲ୍ଲା କମିଟି ସଭ୍ୟ ଦିଲ୍ଲୀପ ପଗଡ଼,ରମାକାନ୍ତ ବିଷୋୟୀଙ୍କ ସମେତ ବହୁ କୃଷକ ନେତା ଏବଂ ଚାଷୀ ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.