କେନ୍ଦୁଝର,ତା୮/୧- ବାଂଶପାଳ ବ୍ଲକର ଆରଣ୍ୟକ ପରିବେଶରେ ପରିପୂର୍ଣ୍ଣ “ସୁନାନଈ” କୋଳରେ କେନ୍ଦୁଝର ଜିଲା ସାହିତ୍ୟ ସଂସ୍କୃତି କଳା ପ୍ରତିଷ୍ଠାନ ଆନୁକୁଲ୍ୟରେ ନବ ବର୍ଷର ଆଦ୍ୟ କାଳରେ ଗାମ୍ଭୀର୍ଯ୍ୟ ପୂର୍ଣ୍ଣ ଆଲୋଚନା “ଦୃଷ୍ଟି” ଇତି ମଧ୍ୟରେ ଗୁରୁତ୍ୱ ବହନ କରୁଥିବା ସାଧାରଣ ଜୀବନଚର୍ଯ୍ୟାକୁ ନେଇ ଶେଷ ହୋଇଛି। ପ୍ରତିଷ୍ଠାନର ସଭାପତି ପ୍ରାଣବଲ୍ଲଭ ନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା, ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି ଡକ୍ଟର ବିମ୍ବାଧର ବେହେରାଙ୍କ ସୂଚନା ପ୍ରଦାନ ପରେ ପ୍ରଥମେ ଉପସ୍ଥିତ ଥିବା ସମସ୍ତ ସାହିତ୍ୟିକ ବନ୍ଧୁମାନେ ପରସ୍ପର ପରସ୍ପରକୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ଏହା ପରେ ଆଲୋଚନାଚକ୍ର “ଦୃଷ୍ଟି” ଆରମ୍ଭ ହୋଇଥିଲା। କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ୟ ବ୍ଲକ ମାନଙ୍କ ତୁଳନାରେ ନିହାତି ନୀରସ ରହୁଥିବା କାରଣରୁ ଏଥି ପ୍ରତି ନିଜେ ଓଡିଶା ସରକାର,ସମସ୍ତ ଲୋକ ପ୍ରତିନିଧି ଓ ଜିଲ୍ଲାର ସମସ୍ତ ପ୍ରଶାସକ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ବକ୍ତା ମାନେ ଆହ୍ୱାନ ଦେଇ ଥିଲେ। ଏତଦ ଭିନ୍ନ ବାଂଶପାଳ ତରମାକାନ୍ତ ଠାରେ ପୂର୍ବରୁ ଚାଲୁ ଥିବା ଚା ବଗିଚା କୌଣସି କାରଣବଶତଃ ବନ୍ଦ ହୋଇ ଯାଇଥିବାରୁ ଲୋକେ ରୋଜଗାର ହରାଇ ଥିଲେ। ପୁନଶ୍ଚ ନିକଟରେ ସରକାରଙ୍କ ଉଦ୍ୟମ ହେତୁ ଉଦ୍ୟୋଗୀଙ୍କ ପ୍ରୟାସରେ ଉକ୍ତ ତରମାକାନ୍ତ ଚା ବଗିଚା ପୁନର୍ବାର ଚାଲିବାକୁ ବ୍ୟବସ୍ଥା ହେଉଥିବାରୁ ସମସ୍ତ ଲେଖକ ବୁଦ୍ଧିଜୀବୀ ମାନେ ଉକ୍ତ କାର୍ଯ୍ୟକୁ ସ୍ୱାଗତ ଜଣାଇଥିଲେ।ଏତଦ ବ୍ୟତୀତ ଜିଲ୍ଲାର କୋଣ ଅନୁକୋଣରେ ଲୁକ୍କାୟିତ ଭାବେ ରହି ଯାଉଥିବା ସାହିତ୍ୟିକ, ଲେଖକ,କବି,ଆଲୋଚକ କଳାକାର ଓ ଶିଳ୍ପୀ ପ୍ରମୁଖ ବ୍ୟକ୍ତି ମାନଙ୍କୁ କେନ୍ଦୁଝର ସାହିତ୍ୟ ସଂସ୍କୃତି କଳା ପ୍ରତିଷ୍ଠାନ ନିଜର ସଂଗଠନରେ ସଭ୍ୟ ଭାବେ ଗ୍ରହଣ କରାଇ ନେଇ ନିଜ ପରିସର ବୃଦ୍ଧି ଘଟାଇବାକୁ ଆହ୍ୱାନ ଦିଆ ଯାଇଥିଲା। ଏହାପରେ କବି ମାନଙ୍କର କବିତା ପାଠ ଅନୁଷ୍ଠିତ ହୋଇଥିଲା। ଉକ୍ତ ଆଲୋଚନାଚକ୍ର “ଦୃଷ୍ଟି” କାର୍ଯ୍ୟକ୍ରମରେ ସଭାପତି ପ୍ରାଣବଲ୍ଲଭ ନାୟକ, କାର୍ଯ୍ୟକାରୀ ସଭାପତି ଡକ୍ଟର ବିମ୍ବାଧର ବେହେରା, ସାଧାରଣ ସମ୍ପାଦକ ମନୋଜ କୁମାର ଦାସ, କରୁଣାକର ବାରିକ, ପୁଷ୍ପହାସ ପଟ୍ଟନାୟକ, ବିଶ୍ବରଞ୍ଜନ ଖୁଣ୍ଟିଆ,ପ୍ରଫୁଲ କୁମାର ଜେନା, ହୃଦାନନ୍ଦ ବେହେରା,ଦୈତାରି ଆପଟ, ରମେଶ ଚନ୍ଦ୍ର ଜେନା, ହରେକୃଷ୍ଣ ବେଜ, ନରେଶ କୁମାର ପଟ୍ଟନାୟକ, ଦୀପକ କୁମାର ବେହେରା, ମନୋଜ କୁମାର ନାୟକ, ସୁଦାମ କୁମାର ସାହୁ ଓ ଶୁଶାନ୍ତ କୁମାର ପ୍ରମୁଖ ଆଲୋଚକ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.