ଓଡ଼ଗାଁ,୭।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତ ନେପାଳ ଗାଁର ସ୍କୁଲ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନଙ୍କୁ ବୁଧବାର ଶୀତ ପୋଷାକ ବଣ୍ଟନ କରାଯାଇଛି। ଓଡ଼ଗାଁ ବ୍ଳକର ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ନେପାଳ ଗାଁକୁ ନୟାଗଡ଼ ଜିଲ୍ଲା ତତ୍କାଳୀନ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ନଭେମ୍ବର ୬ ତାରିଖରେ ପ୍ରଥମ କରି ଯିବା ପରେ ଉକ୍ତ ଗାଁର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ାଇବା ନିମନ୍ତେ ଏକ ସପ୍ତାହ ମଧ୍ୟରେ ୨ଜଣ ଅସ୍ଥାୟୀ ଶିକ୍ଷକ ନିଯୁକ୍ତି କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଖାତା ବହି ଏବଂ ୟୁନିଫର୍ମ ପୋଷାକ ଯୋଗାଇ ଦିଆଯାଇଥିଲା । ଉଲ୍ଲାସ ଯୋଜନା ମାଧ୍ୟମରେ ଗାଁର ବୟସ୍କ ନିରକ୍ଷର ମାନଙ୍କୁ ପାଠ ପଢ଼ାଇବା ନିମନ୍ତେ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା । ଏ ପରିପ୍ରେକ୍ଷୀରେ ଶିଶୁ ମାନଙ୍କ ମଧ୍ୟରେ ଖୁସି ଭରିଦେବା ଓଡ଼ଗାଁ ଠାରେ ପ୍ରତିଷ୍ଠିତ ଅମନ ଟେକ ଷ୍ଟାଇଲ ଗୋଟିଏ ପାଦ ଆଗେଇ ଆସି ଅନୁଷ୍ଠାନ ତରଫରୁ ଭାସ୍କର ସାହୁଙ୍କ ସହିତ ଓଡ଼ଗ…
Sign in
Sign in
Recover your password.
A password will be e-mailed to you.
Prev Post
Next Post