କଟକ କମିଶନରେଟ୍ ପୋଲିସ ପକ୍ଷରୁ ବସ୍ତିକୁ ଚାଲ ଅଭିଯାନ

3

କଟକ: ଆଜି କମିଶନରେଟ ପୋଲିସ କଟକ ୟୁପିଡି ପକ୍ଷରୁ ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର ଓ କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ବିଡାନାସୀ ସ୍ଥିତ ବସୁନ୍ଧରା ଖେଳ ପଡିଆରେ ଏକ କ୍ରିକେଟ ଟୁର୍ନାମେଣ୍ଟ କଟକ ସହରର ସମସ୍ତ ବସ୍ତିର ପିଲାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା,ଏହି ଟୁର୍ନାମେଣ୍ଟ ରେ ଆଠଟି ଦଳ ଭାଗ ନେଇଥିଲେ ଯେଉଁଥିରେ ମଧୁ ପାଟଣା ଥାନା ଅନ୍ତର୍ଗତ ବାଲିସାହି ବସ୍ତିର ଦୁଇଟି ଟିମ, ଜଗତପୁର ଥାନା ଅନ୍ତର୍ଗତ ନିମପୁର ବସ୍ତିର ଦୁଇଟି ଟିମ, ମର୍କତ ନଗର ଥାନା, ଫେଜ ଟୁ ଥାନା, ବିଡାନାସୀ ଥାନା,ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ବସ୍ତି ରୁ ଗୋଟିଏ ଗୋଟିଏ ଟିମ ଭାଗ ନେଇଥିଲେ,ଏହି କ୍ରୀଡା ଉତ୍ସବ କୁ କଟକ ଡିସିପି ରିଷିକେଶ ଖିଲାରୀ ଡ୍ୟାନଦେଓ ଉଦଘାଟନ କରିଥିଲେ,ଅନ୍ୟ ମାନଙ୍କ ମଧ୍ୟରେ କଟକ ୟୁପିଡି ର ଏଡିସନାଲ ଡିସିପି ଶ୍ରୀ ରଂଜିତ କୁମାର ପୃଷ୍ଟି, ଏସିପି ଜୋନ ଥ୍ରୀ ଅନନ୍ୟା ଅଗସ୍ତି,ଏସିପି ଅମିତାଭ ମହାପାତ୍ର, ଏସିପି ଅଶୋକ କୁମାର ଗିରି, ଏସିପି ସୁଧାଂଶୁ ଜେନା,ରିଜର୍ଭ ପୋଲିସ ଇନ୍ସପେକ୍ଟର ବିଭୁ ପ୍ରସାଦ ପ୍ରଧାନ ଙ୍କ ସମେତ କଟକ ସହରାଞ୍ଚଳ ପୋଲିସ ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ପୋଲିସ କର୍ମଚାରୀ ମାନେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ,ଆଜିର କ୍ରୀଡାପ୍ରତିଯୋଗିତାରେ ବିଜୟ ଲାଭ କରିଥିବା ଟିମ ଗୁଡିକ ମଧ୍ୟରେ ଆସନ୍ତା କାଲି ବସୁନ୍ଧରା ଖେଳ ପଡିଆରେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ,ସହରାଞ୍ଚଳ ରେ ପୋଲିସ ଓ ବସ୍ତି ବାସିନ୍ଦା ଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଈଁ ବସ୍ତିକୁ ଚାଲ ଅଭିଯାନ ଆରମ୍ଭ କରାଯାଇଥିଲା, ବିଗତ ଦିନରେ ଏହି ଅଭିଯାନ ମାଧ୍ୟମରେ ବସ୍ତି ଗୁଡିକରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ରକ୍ତଦାନ କାର୍ଯ୍ୟକ୍ରମ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଛି, ତେବେ ଖେଳ ମାଧ୍ୟମରେ କମିଶନରେଟ ପୋଲିସ ଓ ବସ୍ତିର ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଆମର ମୁଖ୍ୟ ଉଦେଶ୍ୟ ବୋଲି ବସ୍ତିକୁ ଚାଲ ଅଭିଯାନର ସଂଯୋଜକ ଏସିପି ଅମିତାଭ ମହାପାତ୍ର ନିଜ ପ୍ରତିକ୍ରିୟା ରେ କହିଥିଲେ

Leave A Reply

Your email address will not be published.