ମହାକାଳପଡ଼ା ବିଧାୟକଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା,ବିଭିନ୍ନ ପ୍ରକଳ୍ପର ସମୀକ୍ଷା ।

3

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ଅପରାହ୍ନରେ ମହାକାଳପଡ଼ା ବିଧାୟକ ଡ଼.ଦ୍ୱର୍ଗା ପ୍ରସନ ନାୟକ, ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ସହିତ ନିର୍ବାଚନ ମଣ୍ଡଳୀର ଉନ୍ନତି ନିମନ୍ତେ ବିଭିନ୍ନ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି | ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଡିଏଫଓ ରାଜନଗର ଭରତରାଜ ଗାଉଁକର,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ତହସିଲଦାର ମହାକାଳପଡ଼ା ରବି ନାରାୟଣ ଆଚାର୍ଯ୍ୟ,ଜିଲ୍ଲା ପର୍ଯ୍ୟଟନ ଓ ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ପ୍ରମୁଖ ଉପସ୍ଥିତ ଥିଲେ | ମାନ୍ୟବର ବିଧାୟକ ଜମି ଅଧିଗ୍ରହଣ ସ୍ଥିତି ସମୀକ୍ଷା କରିବା ସହିତ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ | ସରିନଥିବା କାର୍ଯ୍ୟକୁ ସମୟସୀମା ମଧ୍ୟରେ ସାରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ଏହାସହିତ ମାନ୍ୟବର ବିଧାୟକ ଜିଲ୍ଳାରେ ପର୍ଯ୍ୟଟନର ବିକାଶ ନିମନ୍ତେ ବହୁତ ସୁଯୋଗ ରହିଛି, ତେଣୁ ଏହି କ୍ଷେତ୍ରରେ ଯଦି କାର୍ଯ୍ୟ କରିବା ତେବେ ନିଶ୍ଚିତ ଭାବେ ଜିଲ୍ଲାପାଇଁ ସୁଫଳ ହେବ ବୋଲି କହିଛନ୍ତି | ଏତତ ବ୍ୟତୀତ ମାନ୍ୟବର ବିଧାୟକ ଜିଲ୍ଲାର ବିକାଶ ନିମନ୍ତେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପସ୍ଥାପନ କରିଥିଲେ |

Leave A Reply

Your email address will not be published.