ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଇଂ.ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଭାପତି ଶ୍ରୀଯୁକ୍ତ ଜି. ତିରୁପତି ରାଓ , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଜିଲ୍ଲାପରିଷଦ ସଭ୍ୟ ଗୋଷାଣୀ ଶ୍ରୀ ଏସ.ବାଲା ରାଜୁ , ଅଧ୍ୟକ୍ଷ , ଗୋଷାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ , ଶ୍ରୀଯୁକ୍ତ ଏନ.ବୀରା ରାଜୁ , କାଶୀନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟମା , ପାଣି ପଞ୍ଚାୟତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଭି.ଏନ. ବେସିନ୍ , କ୍ଷୁଦ୍ର ଜଳ ସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ. ସିମାଞ୍ଚଳ ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ। ସମସ୍ତ ଅତିଥି ଗଣ କହିଥିଲେ ଯେ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନ ନିମନ୍ତେ ବିଭିନ୍ନ ପରାମର୍ଶ ଦେବା ସହିତ ବୈଷୟିକ ବିଶେଷଜ୍ଞ ନିଜ ନିଜ ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି ସ୍ୱଳ୍ପ ଅବଧି ଚାଷରେ ହେବା ବେଶୀ ଲାଭବାନ ପାଣି ପଞ୍ଚାୟତ ରେ ଜଳର ସଠିକ ମୂଲ୍ୟାୟନ ଓ ପାଣି ସଞ୍ଚୟ ବଣ୍ଟନର ହେବ ସୁବ୍ୟବସ୍ଥିତ ସମୃଦ୍ଧ ଓଡିଶ , ସୁଦୃଢ ପାଣି ପଞ୍ଚାୟତ ଗଠନ ହୋଇପାରିବ। ସେହିପରି ପାଣି ପଞ୍ଚାୟତ ପକ୍ଷ ତତଫରୁ ଶପଥ ପାଠ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ଇଞ୍ଜିନିୟର ଶ୍ରୀ ମୋହିତ ଆଚାର୍ଯ୍ୟ , ସହକାରୀ ନିର୍ବାହୀ ଯନ୍ତ୍ରୀ , ଗଜପତି ଜଳସେଚନ ଉପ-ପ୍ରଭାଗ , ବିଭାଗର ସମସ୍ତ ଅଧିକାରୀ , କର୍ମଚାରୀ ମାନଙ୍କର ସମ୍ମିଳିତ ଉଦ୍ୟମରେ ସୂଚାରୁ ରୂପେ ସମ୍ପାଦନ କରିଥିଲେ।
Sign in
Sign in
Recover your password.
A password will be e-mailed to you.