ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଦ୍ଵାରା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସ୍ଥାନୀୟ ନାରୀ କଲ୍ଯାଣ କେନ୍ଦ୍ର ପଡିଆ ଠାରେ ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦଘାଟନ ହୋଇଅଛି। ଜିଲ୍ଲାର ୧୭ ଗୋଟି ବ୍ଲକରୁ ୧୨୦୦ ରୁ ଉର୍ଦ୍ଧ ସଂଖ୍ୟାରେ ମତ୍ସ୍ୟ ଓ ପ୍ରାଣୀ ପାଳକ ଏଥିରେ ଭାଗ ନେଇଛନ୍ତି I ଏହି ଜିଲ୍ଲା ସ୍ତରୀୟ ମେଳାରେ ମୁଖ୍ୟ ଅତିଥି ଭାବରେ ସୁନ୍ଦରଗଡ ଜିଲ୍ଲା ପରିଷଦର ଅଦ୍ଧକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ ଏବଂ ସୁନ୍ଦରଗଡ ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଅତିଥି ଭାବରେ ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସୁନ୍ଦରଗଡ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡଃ ଲକ୍ଷ୍ମୀପ୍ରିୟା ପ୍ରଧାନ ସଭାକୁ ସମ୍ବୋଧନ କରିଥିଲେ । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ସନ୍ତୋଷ କୁମାର ପାଣିଗ୍ରାହୀ ସଭାର ସ୍ଵାଗତ ସମ୍ଭାଷଣ ଦେବା ସହିତ ବିଭାଗୀୟ ଯୋଜନା ଗୁଡ଼ିକର ଲାଭ ଉଠାଇବା ପାଇଁ ଉପସ୍ଥିତ ମତ୍ସ୍ୟ ଓ ପ୍ରାଣୀ ପାଳକ ମାନଙ୍କୁ ଉଦବୋଧନ ଦେଇଥିଲେ । ସଭା ପରିଚାଳନା ଦାଇତ୍ଵ କୋଇଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ଆକାଂକ୍ଷା ଦାସ ତୁଲାଇ ଥିଲେ । ସଭାରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ ହେମଗିରି ବ୍ଲକର ସଫଳ କୁକୁଡା ଚାଷୀ ଶ୍ରୀ ପ୍ରଦୀପ କୁମାର ସାହୁ , କୁଆରମୁଣ୍ଡା ବ୍ଲକର ସଫଳ ଛେଳି ପାଲକ ଶ୍ରୀ ସୁନ୍ଦୁର ବିଞ୍ଝିଆ, ଲହୁଣୀପଡା ବ୍ଲକର ସଫଳ ଛେଳି ପାଳନ ପାଇଁ ଗାୟତ୍ରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ସମ୍ବର୍ଦ୍ଧିତ କରାଯିବା ସହ ମାନପତ୍ର ପୁରସ୍କାର ରାଷି ସହ ସମ୍ମାନିତ କରଯାଇଥିଲା । ସେହିପରି ମତ୍ସ୍ୟ ସମ୍ପଦ ବିଭାଗ ତରଫରୁ ରାଜଗାଙ୍ଗପୁର ବ୍ଲକର ବଦ୍ରୀନାଥ ମିଞ୍ଜ ଓ ଲାଠିକଟା ବ୍ଲକର ବିଜଚନ୍ଦ୍ର ଖାଲୋକୋଙ୍କୁ ସଫଳ ମତ୍ସ୍ୟ ଚାଷୀ ଭାବରେ ସମ୍ବର୍ଦ୍ଧିତ କରଯାଇଥିଲା। ଏହି ଅବସରରେ ପ୍ରାଣୀ ସମ୍ପଦ ବିଭାଗ ତରଫରୁ କୃଷକ ବୈଜ୍ଞାନିକ ଆଲୋଚନାଚକ୍ରରେ ଡଃ ବସନ୍ତ କୁମାର ଧଳ, ଡଃ ନବୀନ କୁମାର ମିଶ୍ର , ମତ୍ସ୍ୟ ବିଭାଗ ତରଫରୁ ନଳିନୀକାନ୍ତ ଦାସ ଓ ମୃତ୍ୟୁଞ୍ଜୟ ଘଡେଇ ପ୍ରାଣୀ ଓ ମତ୍ସ୍ୟ ପାଳନ ଏବଂ ଲାଭଜନକ କରିବା ବିଷୟରେ ସବିଶେଷ ଚର୍ଚା କରିଥିଲେ। ସର୍ବ ଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିବେକ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ୩୫ ଗୋଟି ବିଭାଗୀୟ ଓ ଆନୁଷଙ୍ଗିକ ଷ୍ଟଲ ସ୍ଥାନିତ ହୋଇଅଛି। ଏହା ସହିତ ବିଭିନ୍ନ ପ୍ରଜାତିର ଗାଈ ,ଛେଳି, ମେଣ୍ଢା, କୁକୁଡା, ଘୁଷୁରି, ଘାସ, ମାଛ ଆଦି ପ୍ରଦର୍ଶନ କରାଯାଇଅଛି। କାର୍ଯ୍ୟକ୍ରମରେ ଅତିଥି ତଥା ଜନସାଧାରଣ ମାନେ ସମସ୍ତ ଷ୍ଟଲ ବୁଲି ଦେଖିବା ସହିତ ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକ ସମ୍ପର୍କରେ ସୂଚନା ଉପଲବ୍ଧ କରିଥିଲେ। ମେଳାରେ ବହୁ ସଂଖ୍ୟାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଚାଷୀ ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post