ନିଖୋଜ ନାବାଳକ ଶବ ପୋଖରୀରୁ ଉଦ୍ଧାର

3

ବାଲୁଗାଁ:(ସେକ କୌସର):ବାଲୁଗାଁ ଥାନା ଅନ୍ତର୍ଗତ ବେଲାପଡ଼ା ଗାଁ ପୋଖରୀରୁ ମଙ୍ଗଳବାର ସକାଳେ ଜଣେ ନାବାଳକଙ୍କ ମୃତ ଶରୀର ଉଦ୍ଧାର ହୋଇଛି।ମୃତକ ନାବାଳକ ଜଣଙ୍କ ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମର ସ୍ବର୍ଗତ କାହ୍ନୁ ପରିଡ଼ାଙ୍କ ପୁଅ ଚିନ୍ମୟ ପରିଡା(୧୭)।ଖବର ମୁତାବକ ଗତ ୩ ତାରିଖ ରାତିରେ ଚିନ୍ମୟ ଓ ତାର ୩ ଜଣ ସାଙ୍ଗ ମିଶି ନିକଟସ୍ଥ ତାରିଣୀ ମନ୍ଦିରକୁ ଭୋଜି କରିବାକୁ ଯାଇଥିଲେ।ମାତ୍ର ଭୋଜି ସାରି ଅନ୍ୟ ସାଙ୍ଗମାନେ ଘରକୁ ଫେରିଥିବା ବେଳେ ଚିନ୍ମୟ ଘରକୁ ଆସିନଥିଲେ।ପୁଅ ଘରକୁ ନ ଫେରିବା ନେଇ ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିବାସହ ମା ସମସ୍ତ ସାଙ୍ଗସାଥିଙ୍କୁ ପଚାରିବାରେ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା।ଏନେଇ ଚିନ୍ମୟଙ୍କ ମା ବବିତା ପରିଡା ଗତ ୪ ତାରିଖରେ ପୁଅ ନିଖୋଜ ହୋଇଥିବା ବାଣପୁର ଥାନାରେ ଏତଲା ଦେଇଥିଲେ।ପୋଲିସ ପକ୍ଷରୁ ବହୁ ଖୋଜାଖୋଜି ପରେ ଚିନ୍ମୟଙ୍କ କୌଣସି ଖୋଜ ଖବର ମିଳିନଥିଲା।ଗଟ ୪ ତାରିଖରେ ୧୬ ନଂ ଜାତୀୟ ରାଜପଥ ନିକଟ ବାଲୁଗାଁ ଥାନା ଅନ୍ତର୍ଗତ ବେଲପଡ଼ା ପୋଖରୀ କୁଳରେ ଚିନ୍ମୟଙ୍କ ଚପଲ ଓ ସାର୍ଟ ପଡ଼ିଥିବା ଦେଖିବାକୁ ମିଳିଥିଲା।ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରିବାରେ ଚିନ୍ମୟଙ୍କ କୌଣସି ପତ୍ତା ମିଳିନଥିଲା।ଏଥିସହିତ ସଂପୃକ୍ତି ସ୍ଥାନରେ ବାଣପୁର ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା।ଉକ୍ତ ଘଟଣା ନେଇ ଦୀର୍ଘ ୪ ଦିନ ବିତି ଯାଇଥିବା ବେଳେ ଆଜି ସକାଳୁ ଏକ ମୃତ ଶରୀର ଗାଁ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଶରୀର ଉଦ୍ଧାର କରିଛି।କେଶ ନଂ ୬/୨୦୨୬ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।ଉକ୍ତ ଘଟଣା ନେଇ ତିନି ଜଣ ସାଙ୍ଗକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଆଇଆଇସି ରମେଶ ଦେବତା କହିଛନ୍ତି।ସ୍ଥାନୀୟ କିଛି ଦେଖଣାହାରୀଙ୍କ କହିବା କଥା ଗତ ୩ ତାରିଖ ବିଳମ୍ବିତ ରାତ୍ରୀରେ ୪ ଜଣ ଯୁବକ ଏକ ବୁଲେଟରେ ଆସି ବେଲପଡା ନିକଟସ୍ଥ ପେଟ୍ରୋଲ ପମ୍ପରୁ ତେଲ ପକାଇବା ପାଇଁ ଆସିଥିଲେ।ସେହି ସମୟରେ ପୋଲିସ ପାଟ୍ରୋଲିଁ ଭ୍ୟାନ ପଇଁତରା ମାରୁଥିବା ଦେଖି ପକେଇ ଯାଇଥିଲେ।

Leave A Reply

Your email address will not be published.