ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ଏବଂ ଆତ୍ମନିର୍ଭର ସ୍ବଦେଶୀ ମେଳା ୨୦୨୬ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲାପାଳ ।

3

କେନ୍ଦ୍ରାପଡା:(ପ୍ରଫୁଲ୍ଲ କୁମାର ମଲ୍ଲ): ଆଜି  ଜିଲ୍ଲାପାଳ ରଘୁରାମ ଆର ଆୟର ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା ଏବଂ ଆତ୍ମନିର୍ଭର ସ୍ବଦେଶୀ ମେଳା ଆୟୋଜନ ନେଇ ପ୍ରସ୍ତୁତି ସମୀକ୍ଷା କରିଛନ୍ତି | ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ,ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ )ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରିଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼,ଡିଏସପି ଡିଆଇଵି ଲକ୍ଷ୍ମୀ ନାରାୟଣ ତିୱାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ, ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳ, ଜିଲ୍ଲା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ନିର୍ବାହୀ ଅଧିକାରୀ କେନ୍ଦ୍ରାପଡ଼ା ମୁନିସିପାଲିଟି ଅଜିତ ନାରାୟଣ ପ୍ରସାଦ ଗିରି,ଡେପୁଟି ସିଇଓ ଓରମାସ ନିରୋଦ କୁମାର ଜେନା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ଜିଲ୍ଲା ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ,ଏଲଡିଏମ ରମାକାନ୍ତ ମାଝୀ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ବୈଠକରେ ଆଇନ ଶୃଙ୍ଖଳା, ଟ୍ରାଫିକ, ଅତିଥି ରହଣି,ଆଗମନ, ସାଂସ୍କୃତିକ ଦଳ, ଷ୍ଟେଜ, ବ୍ୟାରିକେଡ, ଷ୍ଟେଜ ପରିଚାଳନା, ପରିମଳ, ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା | କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳ ଅଧିକାରୀ ମାନେ ନିର୍ଦ୍ଦେଶ ଦେଇଛନ୍ତି | ଏଠାରେ ପ୍ରକାଶ ଥାଉ କି, ଜିଲ୍ଲା ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଏବଂ ଆତ୍ମନିର୍ଭର ସ୍ବଦେଶୀ ମେଳା କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟଠାରେ ଆସନ୍ତା ୧୨ ଜାନୁଆରୀ ଆରମ୍ଭ ହୋଇ ୧୭ ଜାନୁଆରୀରେ ସମାପ୍ତ ହେବ |

Leave A Reply

Your email address will not be published.