ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଘୁ. ନୂଆଁଗାଁ ମାଆ ବାରପାହାନ୍ତି ମନ୍ଦିର ଏବଂ ଶନି ମନ୍ଦିରରୁ ଚୋରି ହୋଇଥିବା ବିଭିନ୍ନ ସାମଗ୍ରୀକୁ ଉଦ୍ଧାର କରି ମନ୍ଦିର ପରିଚାଳନା କମିଟିକୁ ହସ୍ତାନ୍ତର କରିଛି ବେଲଗୁଣ୍ଠା ପୋଲିସ୍ I ସୂଚନା ପ୍ରକାରେ ଗତ ମାସରେ ଚୋର ମାନେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଘୂ. ନୂଆଁଗାଆଁର ମାଆ ବାର ପାହାନ୍ତି ଠାକୁରାଣୀ ମନ୍ଦିରର ଲାଇଟ୍ ଏବଂ ତାଲା ଭାଙ୍ଗି ଠାକୁରାଣୀଙ୍କ ଦେହରେ ଥିବା ସମସ୍ତ ଅଳାଙ୍କାର ତଥା ରୂପା ମୁକୁଟ, ରୂପା ହାର,କାନ ଏବଂ ନାକର ଅଳଙ୍କାର, ଆଖି ଆଦି ସାମଗ୍ରୀ ଚୋରୀ କରି ନେଇଥିବା ବେଳେ ଗ୍ରାମର ଶନି ମନ୍ଦିରରୁ ରୂପା ଗ୍ଲାସ୍, ରୂପା ଗିନା, ପାଣି ପମ୍ପ୍ ଏବଂ ମ୍ୟୁଜିକ ଡେକ୍ ଚୋରି କରି ନେଇଥିଲେ I ଏନେଇ ବେଲଗୁଣ୍ଠା ଥାନାରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହେବ ପରେ ବେଲଗୁଣ୍ଠା ପୋଲିସ୍ ଏହାକୁ ଗୁରୁତ୍ଵର ସହିତ ନେଇ ୬୦୦/୨୫ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଚୋରି ହୋଇଥିବା ତିନି କିଲୋ ରୂପା ଅଳଙ୍କାର, ଗୋଟିଏ ପାଣି ପମ୍ପ୍ ଏବଂ ଗୋଟିଏ ମ୍ୟୁଜିକ୍ ଡେକ୍ ମେସିନ୍ ଉଦ୍ଧାର କରି ଉଭୟ ମନ୍ଦିରର ପରିଚାଳନାକୁ ହସ୍ତାନ୍ତରିତ କରିଛି I ଏନେଇ ଉଭୟ ମନ୍ଦିରର ପରିଚାଳନା କମିଟି ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବରଙ୍କୁ କୃତଜ୍ଞତା ଜଣାଇବା ସହିତ ବେଲଗୁଣ୍ଠା ଥାନାର ପୋଲିସ୍ କର୍ମଚାରୀଙ୍କୁ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post