କେନ୍ଦୁଝର,ତା୬/୧- ଜଳସଂପଦ ବିଭାଗ ତରଫରୁ ଜାନୁଆରୀ ୬ ରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ପକ୍ଷ ପାଳିତ ହେବାକୁ ଥିବାବେଳେ ଆଜି କେନ୍ଦୁଝରଠାରେ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ଉଠାଜଳସେଚନ ବିଭାଗ ତରଫରୁ ପାଳିତ ହୋଇଯାଇଛି । ଉଠାଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପାଣି ପଂଚାୟତ ପକ୍ଷରେ ସମ୍ମାନିତ ଅତିଥି ଭାବେ ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ଅଖିଳ ଚନ୍ଦ୍ର ନାଏକ,କେନ୍ଦୁଝର ନାବାର୍ଡ ଡିଡିଏମ୍ କୁରେଶ ନାଏକ, ମୃତ୍ତିକା ବୈଜ୍ଞାନିକ ଯତୀନ୍ଦ୍ର ମହାନ୍ତ,ପ୍ରଦାନ ସେକ୍ରେଟାରୀଏଟ ଶଶାଙ୍କ ଶେଖର ସାହୁ,ଟାଟା ପାୱାର ଏସ୍ଡିଓ(୨) ପ୍ରତ୍ୟୁଷ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ କୃଷି ପାଇଁ ପାଣି ପଂଚାୟତର ଆବଶ୍ୟକତା ଓ ଜଳସେଚନ ର ସୁପରିଚାଳନା ବାବଦରେ ଚାଷୀମାନଙ୍କୁ ଆଲୋକପାତ କରିଥିଲେ । ମନୋଜ ମଞ୍ଜରୀ ଶିଶୁ ଭବନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ପଣ୍ଡା ସଭା ପରିଚାଳନା କରିଥିଲେ । କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକର ପାଣି ପଂଚାୟତର ଚାଷୀ ଭାଇଭଉଣୀମାନେ ଯୋଗ ଦେଇଥିଲେ । ଉଠା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସୌମ୍ୟକାନ୍ତ ପାଣିଗ୍ରାହୀ,କେନ୍ଦୁଝର ଉଠାଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବୁଧୁରାୟ ସାଙ୍ଗେ ସାମଦ,ସହକାରୀ ଯନ୍ତ୍ରୀ ବିଦ୍ୟୁତ୍ ବିଭାଗ ବାଦଲ ଚନ୍ଦ୍ର ଚୌଧୁରୀ,ମେକାନିକାଲ ସହକାରୀ ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର ଦାଶ,ଦେବାଶିଷ ଜେନା,ବେଣୁଧର ମହାନ୍ତ,ପ୍ରଭାତ ରଞ୍ଜନ ଗିରି,ମହେନ୍ଦ୍ର କୁମାର ମହାନ୍ତ,ଦେବବ୍ରତ ଗିରି,ସହଦେବ ମହାନ୍ତ ସହଯୋଗ କରିଥିଲେ । କୃଷକମାନେ ସେମାନଙ୍କର ସମସ୍ୟା ଉପରେ ମଂଚାସୀନ ବିଭାଗୀୟ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅଧିକାରୀମାନେ ସେମାନଙ୍କ ସମସ୍ୟା ସମାଧାନ ନିମନ୍ତେ ପ୍ରତିଶୃତି ଦେଇଥିଲେ । ପାଣି ପଂଚାୟତ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତରେ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.