କଟକରୁ ନିରଞ୍ଜନ ଆଚାର୍ଯ୍ୟଙ୍କ ରିପୋର୍ଟ- ଅପରାଧ ନିୟନ୍ତ୍ରଣ ଅପେକ୍ଷା ବିଭିନ୍ନ ଅପରାଧୀକ ଆଇନ୍ ଓ ଦଣ୍ଡବିଧାନ ଉପରେ ଗୁରୁତ୍ବ ଦେଉଛି କମିଶନରେଟ୍ ପୋଲିସ। ବର୍ତମାନ ସମୟରେ ପିଲା ଠାରୁ କିଶୋର ପର୍ଯ୍ୟନ୍ତ ସମସ୍ତ ଶିଶୁମାନଙ୍କୁ ସୁରକ୍ଷା ଦେବା ପାଇଁ ଶ୍ରମ ନିରୋଧ, ଯୌନ ଉତ୍ପୀଡନ , ବାଲ୍ୟ ବିବାହ ଆଦି ଶିଶୁ ଅଧିକାର ଆଇନ ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା କଟକ କମିସନରେଟ ପୋଲିସ। ଏହା ସହିତ ବରିଷ୍ଠ ନାଗରିକ ମାନଙ୍କ ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି। କଟକ ଡିସିପି ଋଷିକେଶ ଖିଲାରିଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ମଙ୍ଗଳାବାଗ ଥାନା ପରିସରରେ ବ୍ୟାଡମିଟନ୍ ଖେଳକୁ ପ୍ରୋତ୍ସାହନ ଦେଇ ଡିସିପି ଫିତା କାଟିବା ସହ କିଛି ସମୟ ଖେଳର ମଜା ଉଠାଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ DCP ଅମରେନ୍ଦ୍ର ପଣ୍ଡା ,A.C.P. ଗିରିଶ ଚକ୍ରବର୍ତ୍ତୀ, ସମେତ ସ୍କୁଲ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ,ମହିଳା ଓ ସମାଜସେବୀ ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.