“ପଲ୍ଲୀର ପ୍ରତିଭାକୁ ଲୋକ ଲୋଚନାକୁ ଆଣିବା ପଲ୍ଲିଶ୍ରୀ ମେଳାର ଉଦ୍ଦେଶ୍ୟ”

0

ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ

ନୂଆପଡ଼ା,(ଅମିତ କୁମାର ପୁରୋହିତ): ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଓ ଓରମାସ ତରଫରୁ ଆଜି ସନ୍ଧ୍ୟାରେ ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଯାଇଛି । ଏ.ଡି.ଏମ ସୀତାରାମ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ ମୁଖ୍ୟ ଅତିଥି, ସ୍ଥାନୀୟ ବିଧାୟକ ତଥା ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଶେଷ ଅତିଥି, ପିଡି ଡିଆରଡିଏ ବୃଷବ ଚନ୍ଦ୍ର ନାଏକ, ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଓରମାସର ସହ ନିର୍ଦ୍ଦେଶକ  ରବିନ୍ଦ୍ର କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୀମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ଗାଁ ଗହଳି ପୁରପଲ୍ଲୀରେ ବହୁ ପ୍ରତିଭା ଲୁକ୍କାୟିତ ହୋଇ ରହିଛି । ବିଶେଷ କରି ମହିଳାମାନଙ୍କ ଦ୍ୱାରା ତିଆରି ଉନ୍ନତ ମାନର ହସ୍ତତନ୍ତ, ଘରୋଇ ଉପକରଣ ଲୋକ ଲୋଚନକୁ ଆସି ପାରୁନାହିଁ । ପଲ୍ଲିର ସେହି ମହିଳାଙ୍କ ପ୍ରତିଭାକୁ ଲୋକ ଲୋଚନାକୁ ଆଣିବା ପଲ୍ଲିଶ୍ରୀ ମେଳାର ମୁଖ୍ୟ ଉନ୍ନତ  ବୋଲି ଅତିଥିମାନେ ଉଦ୍ବୋଧନ ଦେଇଥିଲେ । ଜିଲ୍ଲା ଓକିଲ ସଂଘ ସଭାପତି ପ୍ରଶନ୍ନ ପାଢ଼ୀ, ଜିଲ୍ଲା କୋଷାଗାର ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ, ସିଡିଏମଓ ଡା. ପ୍ରଭାସିନୀ ବ୍ରହ୍ମା, ଡିଏସଏସଓ ଗୋପଲକ୍ଷ୍ମୀ ହୋତା, ଡିଆଇପିଆରଓ ଅଜୟ କୁମାର ପଟ୍ଟନାୟକ, ଡିଡବ୍ଲୁଓ ସନ୍ଧ୍ୟାରାଣୀ ମାଝି ସମେତ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ, ବହୁ ମାନ୍ୟଗଣ୍ୟ ବକ୍ତି ବିଶେଷ ଉପସ୍ଥିତ ଥିଲେ । ଏଠାରେ ରାଜ୍ୟର କୋଣ ଅନୁକୋଣରୁ ବହୁ ମନ ଲୋଭା ଘରୋଇ ଉପକରଣ ଆସିଛି ।  

  

Leave A Reply

Your email address will not be published.