ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୩-୧-୨୦୨୬ ଓ ୪-୧-୨୦୨୬ ତାରିଖ ଦୁଇ ଦିନ ଧରି ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ସ୍ଥିତ ୱାଇ ଏସ୍ ଆର୍ ମ୍ୟୁନି୍ସିପାଲ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ଡାଇକୋଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତା ଶ୍ରୀକାକୁଲମ ଜିଲ୍ଲା ତାଇକୋନଡୁ ଏସୋସିଏସନ ଦ୍ବାରା ଆୟୋଜନ କରଯାଇଥିଲା।
ଏଥିରେ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲରୁ ସମୁଦାୟ ପ୍ରାୟ ୪୦୦ ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ଗଜପତି ଜିଲ୍ଲାର ଜିଲ୍ଲା ଟାଇକୋନ୍ଡୁ ଏକାଡେମୀ, ପାରଳାଖେମୁଣ୍ଡି, ଗଜପତିର ଦୁଇଜଣ ଛାତ୍ର ଏଲ୍. ନିହାଲ ଓ ଏଲ୍. ପ୍ରେମ , ଉକ୍ତ ଆନ୍ଧ୍ର ପ୍ରଦେଶ ରାଜ୍ୟ ସବ୍-ଜୁନିୟର ଟାଇକ୍ୱାଣ୍ଡୋ ପ୍ରତିଯୋଗିତାର ପୁମସେ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି ବୋଲି ଗଜପତି ଜିଲ୍ଲା ତାଇକୋନଡୁ ଏକାଡେମୀର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଲିଖିତ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.