ପଟ୍ଟାମୁଣ୍ଡାଇ ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ।

2

କେନ୍ଦ୍ରାପଡ଼ା(ପ୍ରଫୁଲ୍ଲ କୁମାର ମଲ୍ଲ) ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି | ଆଜିର ଶିବିରରେ ମୋଟ ୧୦୮ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା, ସେଥି ମଧ୍ୟରୁ ୯୩ ଟି ବ୍ୟକ୍ତିଗତ ଏବଂ ୧୫ ଟି ସାମୁହିକ ଅଭିଯୋଗ ପଞ୍ଜିକୃତ ହୋଇଥିଲା | ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଜଣଙ୍କୁ ୧୫ ହଜାରଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ୧୪ ଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିଲା | ପଞ୍ଜିକୃତ ଅଭିଯୋଗ ଗୁଡିକରେ ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ପରେ ଜିଲ୍ଲାପାଳ ପୂର୍ବରୁ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଞ୍ଜିକୃତ ହୋଇଥିବା ଅଭିଯୋଗ ଗୁଡିକର ସମୀକ୍ଷା କରିଥିଲେ | ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ରଘୁରାମ ଆର ଆୟର, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଟାରିଆ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି,ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ପଟ୍ଟାମୁଣ୍ଡାଇ ବିଡ଼ିଓ, ତହସିଲଦାର, ଜିଲ୍ଲାସ୍ତରୀୟ, ବ୍ଲକ ସ୍ତରୀୟ, କ୍ଷେତ୍ରୀୟ ଅଧିକାର ମାନେ ଉପସ୍ଥିତ ଥିଲେ | ସୂଚନା ଯେ, ଆସନ୍ତା ସୋମବାର ଅର୍ଥାତ ୧୨ ଜାନୁଆରୀ ରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ୧୯ ତାରିଖରେ ବ୍ଲକ କାର୍ଯ୍ୟାଳୟ ରାଜକନିକା ଏବଂ ୨୬ ଜାନୁଆରୀ ରେ ବ୍ଲକ କାର୍ଯ୍ୟାଳୟ ମାର୍ଶାଘାଇଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ |

Leave A Reply

Your email address will not be published.