ବିଧାୟକଙ୍କ ସମେତ ବିଭିନ୍ନ ପଦାଧିକାରୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ

2

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଇଁରାଜୀ ନବ ବର୍ଷକୁ ଜନ ସାଧାରଣ ଆନନ୍ଦ ଉଲ୍ଲାସରେ ପାଳନ କରିଥିବା ବେଳେ ବେଲଗୁଣ୍ଠା ପ୍ରେସକ୍ଲବ ମଧ୍ୟ ନିଜର ନିଆରା ଢ଼ଙ୍ଗରେ ନବ ବର୍ଷକୁ ସ୍ୱାଗତ କରିଛି I ଏହି ଅବସରରେ କ୍ଲବ ର ସମସ୍ତ ସଦସ୍ୟ ସୋରଡ଼ା ବିଧାୟକଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ସାକ୍ଷାତ୍ କରି ପୁଷ୍ପଗୁଚ୍ଛ ଦେଇ ସେମାନଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଚଲାପଥ କୁସୁମିତ ହେଉ ବୋଲି ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ I ଆଜି ଦିନ ଏକ ଘଣ୍ଟା ସମୟରେ ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ଗାଙ୍ଗପୁର ସ୍ଥିତ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ I ଏହା ସହିତ , ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ, ବେଲଗୁଣ୍ଠା ତହସିଲଦାର ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ କଳାକୃଷ୍ଣ ପ୍ରଧାନ,ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ପ୍ରମୁଖଙ୍କୁ ସାକ୍ଷାତ କରି ନବବର୍ଷର ଶୁଭେଚ୍ଛା ଜଣାଇଥିଲେ I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ବିଷୋୟୀ, ଚନ୍ଦନ କୁମାର ସାହୁ, ସୁଶାନ୍ତ ବେହେରା ଯୁବ ସଦସ୍ୟ ଶିବରାମ ଚୌଧୂରୀ, ନାରାୟଣ ପଣ୍ଡା,ତୋଫାନ ସାହୁ,ପଞ୍ଚାନନ ସାହୁ,ସଦାଶିବ ପାଣିଗ୍ରାହୀ,କୃଷ୍ଣଚନ୍ଦ୍ର ପଟ୍ଟନାୟକ,ପଞ୍ଚାନନ ନାୟକ,ସୁରେଶ ସୁବୁଦ୍ଧି ଓ ନବକିଶୋର ମହାରଣା ପ୍ରମୁଖ ଊପସ୍ଥିତ ଥିଲେ I ବିଧାୟକ ଶ୍ରୀ ବିଷୋୟୀ ଏବଂ ଅଧିକାରୀମାନେ ମଧ୍ୟ ମିଠା ଖୁଆଇ ସାମ୍ବାଦିକ ମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ I ଏହି ପ୍ରରିପ୍ରେକ୍ଷୀରେ ବିଧାୟକ ଶ୍ରୀ ବିଷୋୟୀଙ୍କୁ ତାଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଉଭୟ ସୋରଡା ଏବଂ ବେଲଗୁଣ୍ଠା ବ୍ଳକ୍, ଏନ୍ଏସିରୁ ବହୁ ଶୁଭେଚ୍ଛୁ, ଜନପ୍ରତିନିଧି, ପଦାଧିକାରୀ, ଶିକ୍ଷକ, ଅଧ୍ୟାପକ ଏବଂ ଜନ ସାଧାରଣଙ୍କ ସକାଳ ଦଶଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଲମ୍ବା ଧାଡି଼ ଦେଖିବାକୁ ମିଳିଥିଲା I

Leave A Reply

Your email address will not be published.