ଜଗତ କଲ୍ୟାଣ ପାଇଁ ମହୁଲପାଲି ଠାରେ ୧୭ ତମ ଅଙ୍ଗ ଆଳତୀ

2

ପଦମପୁର – ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ପୌଷ ପୂର୍ଣିମା ଅବସରରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୧୭ଶ ଅଙ୍ଗ ଆଳତୀ କରାଯାଇଅଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ  ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମହୁଲପାଲି ସ୍ଥିତ ଶିବ ମନ୍ଦିର ଘାଟରେ ଅଙ୍ଗ ଆଳତୀ ଅନୁଷ୍ଠିତ ହୋଇଛି । ମୁଖ୍ୟ କର୍ତ୍ତା ଭାବରେ ଶ୍ରୀ ଦୀପକ ଭୋଇ ସହଧର୍ମିଣୀ ରୂପା ଭୋଇ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ପଞ୍ଚ ଦେବତା ପୁଜା ପରେ ପ୍ରକୃତିର ସମସ୍ତ ଦେବତାଙ୍କୁ ହୋମ କରାଯାଇଥିଲା । ଏହି ଆଳତୀ ସମୟରେ ଘଣ୍ଟ,ଶଙ୍ଖ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରୀତ କରିଥିଲା । ଏହି ଅବସରରେ ପଣ୍ଡିତ ଡୋଲାମଣି ଦାଶ, ଆନନ୍ଦ ମିଶ୍ର, ପ୍ରତାପ ନାଥ, ଅନିଲ ପଣ୍ଡା, ବାବୁଲ ପଣ୍ଡା, ହରିବୋଲ ସାହୁ, ଭବାନୀ ଶଙ୍କର ମହାପାତ୍ର, ଦୁଷ୍ମନ୍ତ ସାହୁ, ଦେବାଧି ମେହେର, ପୂର୍ଣ୍ଣ ମେହେର, ଅନାଦି ସାହୁ, ତୁଳରାମ ସାହୁ, ଜଗବନ୍ଧୁ ବଡଗୁଛିଆ, ସଚ୍ଚିଦାନନ୍ଦ ମଗର, ଅକ୍ଷୟ ଦାଶ, ପ୍ରଦୀପ ସାହୁ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା,ମନ ବାଗ, ଟୁନା ସାହୁ, ପ୍ରଶାନ୍ତ ସାହୁ, ପଞ୍ଚମ ସାହୁ ବାବୁଲାଲ ସାହୁ ଓ ମହୁଲପାଲି ଗ୍ରାମର ମାତୃ ମଣ୍ଡଲି ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.