କେନ୍ଦୁଝର,ତା୩/୧- ନିକଟରେ ଡିସେମ୍ବର ୨୮ରୁ ୩୦ ତାରିଖ ଯାଏ ଓଡିଶା ଷ୍ଟେଟ ପାରା ବ୍ୟାଡ଼ମିଣ୍ଟନ ଚାମ୍ପିୟାନସିପ ୨୦୨୫ – ୨୬ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ଅନେକ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ଏଥିରେ ଭାଗ ନେଇଥିଲେ। ତେବେ କେନ୍ଦୁଝରର ଅଭୟ କୁମାର ଜେନା ଡବ୍ଲ୍ୟୁଏଚ ୧ କ୍ୟାଟାଗୋରୀର ସିଙ୍ଗଲସରେ ଫାଇନାଲ ଯାଇ ରନର୍ସ ଅପ ହୋଇଛନ୍ତି। ସେ ଲଢୁଆ ଖେଳ ଖେଳି କୋରାପୁଟର ସୁଦର୍ଶନ ନାଗଙ୍କ ଠାରୁ ହାରିଯାଇଥିଲେ। ଏହି କୃତିତ୍ୱ ଲାଗି ଶ୍ରୀ ଜେନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post