ପୁରୀ,୨/୧ (ଅନିମେଶ ପଟ୍ଟନାୟକ ): ଶ୍ରୀକ୍ଷେତ୍ରରେ ନୂଆବର୍ଷ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତୁ ରୁ ଆସୁଥିବା ଭକ୍ତ ବ୍ଯାରିକେଡ ଭିତରେ ଯାଉଥିଲେ । ଏହି ଭକ୍ତ ମାନଙ୍କୁ ହାପିନେସ ଫାଉଣ୍ଡେସନ ପକ୍ଷରୁ ଭୂଷି,ଲାଣ୍ଡିବଗୁଲି ଓ ମିଶିରି ପଣା ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଶହେରୁ ଉର୍ଦ୍ଧ୍ବ ସ୍ବେଛାସେବୀ ସର୍ବତ ବଣ୍ଟନରେ କାର୍ଯ୍ୟ କରିଥିଲେ । ୫ଟି ଷ୍ଟଲ କରାଯାଇ ଏହି ସର୍ବତ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ଇଂ. ପ୍ରଦୀପ୍ତ କୁମାର ପ୍ରଧାନ, କାର୍ଯ୍ୟକାରୀ ସମ୍ପାଦକ ସୌମ୍ୟ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ଶମ୍ଭୁ ମହାନ୍ତି, ସଂଯୋଜକ ନରେଶ ଚନ୍ଦ୍ର ପାଲ୍, ଟି. ମନୋଜ କୁମାର ପ୍ରଧାନ, ନଳିନୀକାନ୍ତ ମିଶ୍ର, ସଂଜୋଜିକା ମାମିନା ପ୍ରଧାନ, ବିଷ୍ଣୁପ୍ରିୟା ସାହୁ, ଚିନ୍ମୟୀ ଲେଙ୍କା, ରୋଜାଲିନ ସାହୁ, ଆରତୀ ନାୟକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ ଓ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପପ୍ରଶାସକ ଦିବ୍ୟ ଜ୍ୟୋତି ପରିଡ଼ା ପହଞ୍ଚି ସ୍ବେଚ୍ଛାସେବୀ ମାନଙ୍କୁ ନବବର୍ଷ ର ଅଭିନନ୍ଦନ ଜଣାଇବା ସହିତ ସେବା କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.