ରାୟଗଡ ବନାଞ୍ଚଳ ସ୍ତରୀୟ ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

10

ରାୟଗଡା ରୁ  ଉପଖଣ୍ଡ ପ୍ରତିନିଧି ବୈକୁଣ୍ଠ ଦୁରିଆ –ରାୟଗଡା ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ବଣ ଭୋଜି ସ୍ଥଳ ରେ ପ୍ଲାଷ୍ଟିକ ମୁକ୍ତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଚେତନ କାର୍ଯକ୍ରମ ଟି ଗୁମ୍ମା ସେକ୍ସନ ର ତଳଗୁମ୍ମା ଓ ରାୟଗଡ଼ ସେକ୍ସନ ର ହାଲୁୱ। ବଣ ଭୋଜି ସ୍ଥଳ ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଟି ର ମୁଖ୍ୟ ବାର୍ତ୍ତା ଥିଲା ଯେ କିପରି ଆମେ ଆମ ଆଖ ପାଖ ରେ ଥିବା ବଣ ଭୋଜି ସ୍ଥଳ ଗୁଡିକ ପ୍ଲାଷ୍ଟିକ ମୁକ୍ତ କରିବା ଓ ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରିବା । ଏହି କାର୍ଯ୍ୟକ୍ରମ ରେ ଗୁମ୍ମା ଓ ହାଲୁୱ। ଗ୍ରାମପଞ୍ଚୟତ ର ସ୍ବୟଂ ସହାୟକ ଗୋଷ୍ଠୀ , ଗ୍ରାମବାସୀ , ସ୍କୁଲ ଶିକ୍ଷକ , ଶିକ୍ଷୟତ୍ରୀ , ଛାତ୍ର , ଛାତ୍ରୀ , ରାୟଗଡ଼ ଜିଲ୍ଲା ପ୍ରଦୂଷଣ ବୋର୍ଡ ଅଧିକାରୀ ଓ କର୍ମଚାରୀ ଏହାସହ ରାୟଗଡ଼ ବନାଞ୍ଚଳର ସମସ୍ତ ବନ କର୍ମଚାରୀ ମିଳିତ ସହଯୋଗ ରେ କାର୍ଯ କରାଯାଇଥିଲା ।
ମୁଖ୍ୟ ଅତିଥି ଭାବେ ଶ୍ରୀ ସଚିନ ଆନ୍ନା ସାହେବ ଓହୋଲ , ବନଖଣ୍ଡ ଅଧିକାରୀ ଏହି କାର୍ଯ୍ୟକ୍ରମ ଯୋଗଦାନ କରି ଶୁଭରାମ୍ଭ କରିଥିଲେ । ଉପସ୍ଥିତ ରାୟଗଡ଼ ଜିଲ୍ଲା ପ୍ରଦୂଷଣ ବୋର୍ଡ ଅଧିକାରୀ ଶ୍ରୀ ରିପୁ କୁମାର ସାହୁ, ସହ ବନସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ , ଶ୍ରୀ କାମେଶ୍ଵର ଆଚାରୀ , ବନାଞ୍ଚଳ ଅଧିକାରୀ , ହାଲୁୱ। ସ୍କୁଲ ର ପ୍ରଧାନ ଶିକ୍ଷକ ଓ ଗୁମ୍ମା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସହ ହାଲୁୱ। ଗ୍ରାମ ପଞ୍ଚାୟତ ର ସରପଞ୍ଚ ନିଜ ଅଭିଭାଷଣରେ ବର୍ତ୍ତମାନ ପ୍ଲାଷ୍ଟିକ ଭଳି ଏକ ବିଷାକ୍ତ ଜିନିଷ କିପରି ଆମ ଦୈନନ୍ଦିନ ଜୀବନ ରେ ସମ୍ପୃକ୍ତ ହୋଇଯାଇଛି ଓ ଏହା ମାନବ ସମାଜ ଉପରେ କି ପ୍ରକାର କୁ ପ୍ରଭାବ ପକାଉଛି ତାହା ଉପରେ ବିସ୍ତୃତ ଭାବେ ବ୍ୟାଖ୍ୟା କରିଥିଲେ ଓ ଆମେ କି କି ପ୍ରକାର ପଦେକ୍ଷେପ ନେଇ ଆମ ପରିବେଶ କୁ ପ୍ଲାଷ୍ଟିକ ମୁକ୍ତ କରିପରିବା ତାହା ଉପରେ ଗୁରୁତ୍ବାରୋପ କରିଥିଲେ ।
ସହ ବନସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ ନିଜ ଅଭିଭାଷଣ ରେ ବଣଭୋଜି ସ୍ଥଳ ରେ ପ୍ଲାଷ୍ଟିକ ର ବ୍ୟବହାର କିପରି କମ କରାଯାଇପାରିବ ଏବଂ ପ୍ଲାଷ୍ଟିକ ବ୍ୟବହାର ଦ୍ବାରା ପରିବେଶ ଉପରେ କୁ ପ୍ରଭାବ , ତାହାର କି ପ୍ରକାର ପ୍ରତିକାର କରାଯାଇପାରିବ ଓ ବଣଭୋଜି ସ୍ଥଳ ରେ କଣ ବ୍ୟବହାର କରିବା ଓ କଣ ବ୍ୟବହାର ନ କରିବା ସେ ବିଷୟରେ ମନ୍ତବ୍ୟ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ଭାଗ ନେଇଥିବା ସରକାରୀ କର୍ମଚାରୀ , ଦୁଇ ଗୋଟି ଗ୍ରାମପଞ୍ଚାୟତ ର ଗ୍ରାମବାସୀ , ସ୍କୁଲ ଶିକ୍ଷକ ଓ ଛାତ୍ର ଛାତ୍ରୀ ମିଳିମିଶି ତଳଗୁମ୍ମା ଓ ହାଲୁୱ। ବଣ ଭୋଜି ସ୍ଥଳ ରେ ବହୁ ଦିନ ରୁ ପଡିଥିବା ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ଯଥା – ପଲିଥିନ , ପାଣି ପାଉଚ, ମସଲା ଜରି , ଜରି ଆବରଣ ପେପର ପ୍ଲେଟ ଇତ୍ୟାଦି କୁ ସଫା କରି ପ୍ଲାଷ୍ଟିକ ମୁକ୍ତ କରାଯାଇଥିଲା ଓ ସେ ବଣ ଭୋଜି ସ୍ଥଳ ରେ ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ନ କରିବା ପାଇଁ ଶପଥ ପାଠ କରାଯାଇଥିଲା ଏବଂ ସେହି ସ୍ଥଳ ରେ ଅଳିଆ କୁଣ୍ଡ ରଖା ଯାଇଥିଲା ।
ଶ୍ରୀ କମେଶ୍ଵର ଆଚାରୀ , ବନାଞ୍ଚଳ ଅଧିକାରୀ , ରାୟଗଡା ଏହାକୁ ସୁ-ପରିଚାଳନା କରିଥିଲେ ।

Leave A Reply

Your email address will not be published.