ଶ୍ରୀଜୀଉଙ୍କୁ ଦର୍ଶନ କଲେ ନୂଆ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗ

0 2

ପୁରୀ,୧/୧,(ଅନିମେଶ ପଟ୍ଟନାୟକ): ଓଡିଶାର ନୂଆ ମୁଖ୍ଯ ଶାସନ ସଚିବ ଭାବେ ଆଇଏଏସ ଅନୁ ଗର୍ଗ ଦାୟିତ୍ବ ଗ୍ରହଣ କରିବା ପରେ ନବବର୍ଷରେ ଶ୍ରୀମନ୍ଦିର ଆସି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି  । ଶ୍ରୀମତୀ ଗର୍ଗ ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ତାଙ୍କୁ ସିଂହଦ୍ଵାର ଠାରେ ସ୍ବାଗତ କରିଥିଲେ ।‌ ତାଙ୍କ ସହିତ ଜ଼ିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ ଦିବ୍ଯ ଜ୍ଯୋତି ପରିଡା, ଏସପି ପ୍ରତୀକ ସିଂଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମୁଖ୍ଯ ଶାସନ ସଚିବ ଶ୍ରୀମନ୍ଦିର ଭିତରେ ଶ୍ରୀଜୀଉଙ୍କ ସମେତ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ଦର୍ଶନ ସାରି ଫେରିବା ପରେ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମହାପ୍ରଭୁଙ୍କ ଦର୍ଶନ କରି ବହୁତ ଆନନ୍ଦିତ । ଓଡ଼ିଶାବାସୀଙ୍କ ସେବା ଓ ରାଜ୍ଯର ଉର୍ନ୍ନତି ମୂଳ ଲକ୍ଷ ରହିବ । ଓଡ଼ିଶାବାସୀଙ୍କ ଉର୍ନ୍ନତି ପାଇଁ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛି । ଓଡିଶାରେ ସୁଶାସନ, ମହିଳା ସଶକ୍ତିକରଣ, ବିପର୍ଯ୍ୟୟ ପରିଚାଳନା କରିବା ପାଇଁ ଗୁରୁ ଦାୟିତ୍ବ ରହିଛି ।

Leave A Reply

Your email address will not be published.