(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଶ୍ରୀ ଜଗନ୍ନାଥ ହ୍ୟୁମାନ ଏମପାୱାରମେଣ୍ଟ୍ ଟ୍ରଷ୍ଟ୍ ନାମରେ ଏକ ସଂସ୍ଥା ବେକାର ଯୁବକ ଯୁବତୀଙ୍କୁ ସରକାରୀ ଚାକିରି କରାଇ ଦେବାକୁ କହି ଏକ କୋଟି ଟଙ୍କାରୁ ଅଧିକ ଠକେଇ ଅଭିଯୋଗରେ ପୋଲିସ ୩ ଜଣ ଠକ ଯଥା ଭଦ୍ରକ ଜିଲ୍ଲା ମିଶ୍ରପଡା ଅଞ୍ଚଳର ସ୍ମୃତି ପ୍ରଭା ମହାଙ୍କୁଡ, ରମ୍ଭା ଥାନା ଅର୍ନ୍ତଗତ ଗଡହୁମାର ପ୍ରଶାନ୍ତ କୁମାର ବେହେରା ଓ ଗୋଳନ୍ଥରା ଥାନା ଅର୍ନ୍ତଗତ କୁଠାରୀ ସିଙ୍ଗି ଗ୍ରାମ ର ନିରୁପମା ମହାନ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ବେଲଗୁଣ୍ଠା ଥାନା ଅର୍ନ୍ତଗତ ଚଢ଼େଇଆ ପଲ୍ଲୀ ଗ୍ରାମର ଗୋପାଳକୃଷ୍ଣ ସେଠୀ ନାମକ ଜଣେ ବେକାର ଯୁବକ ଖବର ପାଇ ଚାକିରି ଅନ୍ୱେଷଣ ରେ ଉକ୍ତ ସଂସ୍ଥା ସହ ଯୋଗାଯୋଗ କରିଥିଲେ। ଗିରଫ ଅଭିଯୁକ୍ତମାନେ ଚାକିରିର ପ୍ରତିଶ୍ରୁତି ଦେଇ ଗୋପାଳକୃଷ୍ଣ ଠାରୁ ପ୍ରଥମେ ୧୨ .୫୦୦ ଟଙ୍କା ଆଦାୟ କରିଥିଲେ। କିନ୍ତୁ ମାସ ପରେ ମାସ ଗଡି ଚାଲିଲା ସିନା ସଂସ୍ଥା ର କର୍ତ୍ତୃପକ୍ଷ ଙ୍କ ଠାରୁ କୌଣସି ଆଶା କିମ୍ବା ଆଶ୍ଵାସନା ପାଇନଥିଲେ। ପରବର୍ତୀ ସମୟରେ ସେ ଅନୁଧ୍ୟାନ ପରେ ଜାଣିଲେ ଯେ ଉକ୍ତ ସଂସ୍ଥା ଏକ ଠକ ସଂସ୍ଥା ଓ ଉକ୍ତ ସଂସ୍ଥା ଅନେକ ବେକାର ଯୁବକ ଓ ଯୁବତୀଙ୍କ ଠାରୁ ବହୁ ଅର୍ଥ ଠକି ନେଇଛି। ଗୋପାଳକୃଷ୍ଣ ଏହି ବିଷୟରେ ବ୍ରହ୍ମପୁର ଏସପି ଙ୍କ ସଂସ୍ଥା ବିଷୟରେ ଅବଗତ କରାଇଥିଲ। ବ୍ରହ୍ମପୁର ଏସପି ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏକ ମାମଲା ରୁଜୁ କରି ଉକ୍ତ ଅଭିଯୁକ୍ତ ମାନଙ୍କୁ ଉଠାଇ ଆଣି ଯେରା କରିବା ପରେ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି ଓ ଆହୁରି ଅନୁଧ୍ୟାନ ଚାଲିଛି ବୋଲି ଏସପି ଙ୍କ ଠାରୁ ପ୍ରକାଶ ପାଇଛି।
Sign in
Sign in
Recover your password.
A password will be e-mailed to you.