ମାଞ୍ଜା ସୂତା ରୁ ଅଳ୍ପେକେ ବଞ୍ଚିଲେ ପିଉସୀ ପୁତୁରା

0 2

କଟକ ରୁ ନିରଞ୍ଜନ ଆଚାର୍ଯ୍ୟ: କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ବ୍ରହ୍ମପୁର ପଂଚାୟତ ଶ୍ରୀରାମ ଗ୍ରାମରେ ବୁଧବାର ସକାଳ ୧୦ ଘଟିକା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା । ତେବେ ପ୍ରତ୍ୟେକ ଦିନ ପିଉସୀ ଓ ପୁତୁରା ନିଜର ଗନ୍ତ୍ୟବ ସ୍ଥଳକୁ ବାଇକ୍ ଗୋଗେ ଯାଉଥିବା ସମୟରେ ହଠାତ୍ ମାଞ୍ଜା ଗୁଡ଼ି ସୂତା ଆସି ଦୁଇଜଣଙ୍କ ବେକରେ ଗୁଡ଼ାଇ ହୋଇଯାଇଥିଲା। ଏଥିରେ ବାଇକ ଚାଳକ ତଥା ପୁତୁରା ଦେବୀ କଲ୍ୟାଣ ଆଚାର୍ଯ୍ୟ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପିଉସୀ ଆଶଲତା ଆଚାର୍ଯ୍ୟ ସାମାନ୍ୟ ଆହତ ହୋଇଥିଲେ। ପ୍ରଥମେ ଉଭୟଙ୍କୁ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ପିଉସୀଙ୍କୁୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ପୁତୁରାଙ୍କ ରକ୍ତସ୍ରାବ ବନ୍ଦ ନହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।ଆଗାମୀ ମକର ସଂକ୍ରାନ୍ତି ପାଇଁ ପ୍ରତ୍ୟେକ ଦିନ ଶହ ଶହ ଗୁଡ଼ି, ମାଞ୍ଜା ସୂତା ଲାଗିଥିବା ବ୍ୟବହାର କରାଯାଉଛି। ପ୍ରଶାସନିକ ସ୍ତରରେ ବହୁ କଟକଣା ଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଏହା ଉପରେ ଗୁରୁତ୍ୱ ଦେଉନାହିଁ । ଯଦି ଏହି ଗୁଡ଼ି ଉଡା କୁ ସ୍ଥାନୀୟ ପୋଲିସ୍ ଗୁରୁତ୍ଵ ସହ ନେଇଥାନ୍ତେ ତେବେ ଏପରି ଅଘଟଣ ଘଟିନଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା । ତେବେ ଏବେବି ସମୟ ଅଛି ଯଦି ସ୍ଥାନୀୟ 42ମୌଜା ଥାନା ଅଧିକାରୀ ଏହାକୁ ଗୁରୁତ୍ଵ ଦେଇ ମଞ୍ଜା ସୂତା ଜବତ କରିବା ସହ ଗୁଡ଼ି ଉଡ଼ାଇବା ବନ୍ଦ କରାଇଲେ ଏପରି ଅଘଟଣ ଏଡାଇ ଦୀୟା ଯାଇପାରିବ ବୋଲି ଅଘଟଣ ର ଶିକାର ହୋଇଥବା ପରିବାର ପୋଲିସ୍ ପ୍ରଶାସନକୁ ଅନୁରୋଧ କରିଛନ୍ତି। ତେବେ ଥାନା ଅଧିକାରୀ ଅଥିପ୍ରତି କେତେ ଯତ୍ନବାନ ହଉଛନ୍ତି। ତାହା ସମୟ କହିବ। 

Leave A Reply

Your email address will not be published.