ଯୋଗାଣ ବିଭାଗ ଦ୍ଵାରା ବିଭିନ୍ନ ଦୋକାନ ଉପରେ ଚଢ଼ାଉ ।

0 2

୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ ।

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର / ପଦ୍ମପୁର ତା: ୩୧-୧୨-୨୦୨୫ରିଖ ଦିନ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣି ଓ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ପଦ୍ମପୁର ଅଞ୍ଚଳର ବିଭିନ ବ୍ୟବସାୟିକ ଅନୁଷ୍ଠାନ, ହୋଟେଲ ଆଦିରେ ଚଢ଼ାଉ କରି ପଦ୍ମପୁରସ୍ଥ ଜେବିଏସ ରେଷ୍ଟୁରାଣ୍ଟରୁ ୦୪ଟି, ଶ୍ରୀକନ୍ୟା ଫେମିଲି ରେଷ୍ଟୁରାଣ୍ଟରୁ ୦୫ଟି ମୋଟ ୦୯ଟି ଘରେଇ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି । ବିଭିନ୍ନ ସମୟରେ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ନିକଟକୁ ଘରୋଇ ଗ୍ୟାସ ସିଲିଣ୍ଡର କଳାବଜାର ହେଉଥିବା ଓ ସାଧାରଣ ଲୋକଙ୍କୁ ଚଢା ଦରରେ ଗ୍ୟାସ ବିକ୍ରି ହେଉଥିବା ଅଭିଯୋଗ ଆସୁଥିଲା । ସମସ୍ତ ପ୍ରକାର ଅଭିଯୋଗ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜିଠାରୁ ପଦକ୍ଷେପ ଗ୍ରହଣ କରାଯାଇ ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ଚଢ଼ାଉ ସମୟରେ ପଦ୍ମପୁର ଯୋଗାଣ ନିରୀକ୍ଷକ ଅମର ଶବର, ଗୁଣପୁର ଯୋଗଣ ନିରୀକ୍ଷକ ନିଖିଳ ମୋହନ ବସ୍ତିଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.