ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ-୨୦୨୫ର ପ୍ରଚାର ପ୍ରସାର କମିଟିର ପ୍ରଥମ ବୈଠକ ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ପୃଥ୍ୱୀରାଜ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ତହସିଲଦାର ନାରାୟଣ ବେହରା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ପ୍ରକଳ୍ପ ପରିଚାଳକ , ଓଡିଶା ଜୀବିକା ମିଶନ ଟିମନ ବାରା , ଉପ ମୁଖ୍ୟ ନିର୍ବାହୀ ଅଧିକାରୀ ଓରମାସ୍ ଗଜପତି ଶ୍ରୀ ଆଶିଶ୍ କୁମାର ରାଉଳ ଓ କମିଟି ସଦସ୍ୟ ସୁଜିତ ବିଷୋୟୀ , ସନ୍ତୋଷ ପଟ୍ଟନାୟକ , ଦିଲ୍ଲୀପ ଶତପଥୀ , ପ୍ରେମାନନ୍ଦ ପଣ୍ଡା , ଆମୋଦ ବର୍ଦ୍ଧନ , ବାଦଲ ବର୍ଦ୍ଧନ , ଶ୍ରୀକାନ୍ତ ମହାରଣା , ବିଭୁତି ଭୂଷଣ ହୋତା ପ୍ରମୁଖ ଯୋଗଦେଇଥିବା ବେଳେ ଉତ୍ସବର ପ୍ରଚାର ପ୍ରସାର ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି। ବୈଠକରେ ଆଗାମୀ ଗଜପତି ଉତ୍ସବର ଆରମ୍ଭ ପୂର୍ବରୁ ହେଉଥିବା ମଶାଲ ଶୋଭାଯାତ୍ରା ସମୟରେ ଭିଡିଓ ଓ ଫୋଟୋ ଉତ୍ତୋଳନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତ କରଯାଉଥିବା ସମସ୍ତ ଫ୍ଲେକ୍ସ , ବ୍ୟାନର , ଭିଡିଓ ଆଦି ପ୍ରଚାର ପ୍ରସାର କମିଟିର ଅନୁମୋଦନ କ୍ରମେ ବ୍ଯବହର ଉପଯୋଗୀ କରିବା ପାଇଁ ନିଷ୍ପତି ଗୃହିତ ହୋଇଥିଲା।
ସେହିଭଳି ଫ୍ଲେକ୍ସ ଓ ଟିଜର ପ୍ରସ୍ତୃତି ସ୍ଵତନ୍ତ୍ର ଥିମ ବିଶିଷ୍ଠ ହେବା ଆବଶ୍ୟକ ଏବଂ ଜିଲ୍ଲାର ଐତିହ୍ୟ , କଳା , ସାହିତ୍ୟ , ସଂସ୍କୃତି କୁ ନେଇ ନିର୍ମାଣ କରିବା ପାଇଁ ନିଷ୍ପତି ନିଆଯାଇଛି। ଯେ କେହିବି ଇଛୁକ ବ୍ୟକ୍ତି ଆସନ୍ତା ବୈଠକରେ ପ୍ରସ୍ତୃତ କରି ଏହାର ଉପସ୍ଥାପନ କରିପାରିବେ। ସମସ୍ତ ବିଷୟ ବସ୍ତୁକୁ ଆଧାର କରି କମିଟି ଶ୍ରେଷ୍ଠ ବିଷୟକୁ ସ୍ଥିର କରିବା ପରେ ତାହା ପ୍ରଚାର ଯୋଗ୍ୟ କରିବା ପାଇଁ ମତ ପ୍ରକାଶ ପାଇଥିଲା।
ବିଭିନ୍ନ ଗଣ ମାଧ୍ୟମକୁ ଦିଆଯାଉଥିବା ବିଜ୍ଞାପନ ସମ୍ପର୍କରେ ମଧ୍ୟ ଆଲୋଚନା ରେ ସ୍ଥାନ ପାଇଥିଲା। ସେହିପରି ବ୍ଲକ ସ୍ତରରେ ହେଉଥିବା ଉତ୍ସବର ମଧ୍ୟ ପ୍ରଚାର ପ୍ରସାର ନିମନ୍ତେ ଧ୍ୟାନ ଦେବାକୁ ଉପସ୍ଥିତ ସଦସ୍ୟ ମତ ରଖିଥିଲେ। କମିଟିର ପରବର୍ତ୍ତୀ ବୈଠକ ଆସନ୍ତା ୩ ତାରିଖକୁ ଧାର୍ଯ୍ୟ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Next Post