ବେଲଗୁଣ୍ଠା -:(ଶିବରାମ ଚୌଧୁରୀ )–:ବେଲଗୁଣ୍ଠାବ୍ଳକର ତନ ରଡ଼ା ପଞ୍ଚାୟତ ନିକଟ ସତ୍ୟଶ୍ରୀ ଜରାଶ୍ରମ ରେ ବେଲଗୁଣ୍ଠା କଳିଙ୍ଗ ବୈଶ୍ୟ ମହିଳା ସଂଘ ର କର୍ମକର୍ତ୍ତା ଓ ସଭ୍ୟା ମାନଙ୍କ ଦ୍ଵାରା, ସେଠାରେ ରହୁଥିବା ଅନ୍ତଃବାସୀ ମାନଙ୍କ ସକାଶେ ସାହାଯ୍ୟର ହାତ ବଢାଇଥିଲେ, ସେମାନଙ୍କ ପାଇଁ ଗ୍ୟାସ ଚୁଲା, ଗ୍ୟାସ ହାଣ୍ଡି, ପ୍ରେସର କୁକର, ସିଲିଙ୍ଗ ଫ୍ୟାନ, ଏବଂ କିଛି ଖାଇବା ପଦାର୍ଥ ପ୍ରଦାନ କରିଥିଲେ, ଏଥିରେ ଘୁମୁସର ଅଂଚଳ ମହିଳା ସଂଘର ଉପ ସଭାନେତ୍ରୀ ଏ. ରାଧାରାଣୀ ପାତ୍ର, ସଂଘର ସଭାନେତ୍ରୀ ସିଏଚ ସ୍ବପ୍ନା ରାଣୀ ସୁବୁଦ୍ଧି, ଏ . ସସ୍ମିତା ପାତ୍ର, ସଂପାଦିକା ସିଏଚ. ଯଶ୍ଵିନୀ ପାତ୍ର, ଏମ. ସସ୍ମିତା ପାତ୍ରଙ୍କ ସମେତ ବହୁ ମହିଳା ସଭ୍ୟା ଉପସ୍ଥିତ ଥିଲେ, ଏହି ଜରାଶ୍ରମରେ ୧୩ ଜଣ ବୃଦ୍ଧ ଙ୍କ ସମେତ ୧୨ ଜଣ ବୃଦ୍ଧା ରହୁଛନ୍ତି, ବସବାସ କରିବା ଗୃହ ଗୁଡିକ ଅତ୍ୟନ୍ତ ପୁରୁଣା ହୋଇଯାଇ ଥିବା ହେତୁ ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋଇ ମଧ୍ୟ ଅନୁଦାନ ପ୍ରଦାନ କରିଥିବା ଜରାଶ୍ରମର ମୁଖ୍ୟ ବ୍ୟବସ୍ଥାପକ ରବିନ୍ଦ୍ର ପାତ୍ର ମତବ୍ୟକ୍ତ କରି, ଆଗକୁ ସରକାରି ସାହାଯ୍ୟ ମିଳିଲେ ଏହି ସତ୍ୟଶ୍ରୀ ଜରାଶ୍ରମର ଉନ୍ନତି ହେବା ସହିତ ଅଧିକ ରୁ ଅଧିକ ବୃଦ୍ଧ ବାପା ମାଆ ମାନେ ରହି ପାରିବ,
Sign in
Sign in
Recover your password.
A password will be e-mailed to you.
Prev Post